ସମ୍ବଲପୁର ;ତା-୧୧/୧(ବିଏମସି ଟିଭି ଓଡିଆ)
କୁଚିଣ୍ଡା ଉପଖଣ୍ଡର ଏକ ପୁରାତନ ଶିକ୍ଷାନୁଷ୍ଠାନ କୁଚିଣ୍ଡା ସହର ଉପକଣ୍ଠରେ ଅବସ୍ଥିତ ସାତକମା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ଗ୍ରାମବାସୀ ଅଣ୍ଟାଭିଡ଼ି ଥିବା ଜଣାପଡିଛି । ଏଥିପାଇଁ ପୁରାତନ ଛାତ୍ର ସଂଘ, ଅଭିଭାବକ ତଥା ଶିକ୍ଷାପ୍ରେମୀଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଧାନ ଶିକ୍ଷକ ସୁରଭି ନାଏକଙ୍କ ଆବାହକତ୍ୱରେ ପରିଚାଳନା କମିଟି ସଭାପତି ମନୋଜ ଭଞ୍ଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ମିଳିତ ବୈଠକରେ ହୀରକ ଜୟନ୍ତୀ ପାଳନ କମିଟି ଗଠିତ ହୋଇଯାଇଛି । ଏହି କମିଟିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକଙ୍କୁ ସଭାପତି, ଶିକ୍ଷକ କୋଶଳେଶ୍ୱର ଖର୍ସେଲ ସମ୍ପାଦକ ତଥା ସଂଯୋଜକ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସାହୁଙ୍କୁ କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି । ଏହି କମିଟି ସାତକମା ଉଚ୍ଚ ପ୍ରାଥମିକବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରସ୍ତୁତି ସଭା ଓ ଶସ୍ତ୍ରିଯି ଙ୍କ ତିରୋଧାନ ଦିବସ ପାଳନ
କୁଚିଣ୍ଡା:୧୧/୧: କୁଚିଣ୍ଡା ଉପଖଣ୍ଡର ଏକ ପୁରାତନ ଶିକ୍ଷାନୁଷ୍ଠାନ କୁଚିଣ୍ଡା ସହର ତଳି ସାତକମା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ଗ୍ରାମବାସୀ ଅନ୍ତ ଭିଡ଼ି ଥିବା ଜନ ଯାଇଛି ।ଏଥି ପାଇଁ ଦୁଇ ଥର ପୁରାତନ ଛାତ୍ର ସଂଘ ଓ ଅଭିଭାବକ ,ଅଭିଭାବକ ତଥା ଶିକ୍ଷା ପ୍ରେମୀ ଙ୍କ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଆଜି ପ୍ରଧାନ ଶିକ୍ଷକ ସୁରଭି ନାଏକ ଙ୍କ ଆବାହକତ୍ୱ ପରିଚାଳନା କମିଟି ସଭାପତି ମନୋଜ ଭଞ୍ଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ମିଳିତ ବୈଠକରେ ହୀରକ ଜୟନ୍ତୀ ପାଳନ କମିଟି ଗଠିତ ହୋଇ ଯାଇଛି । ଏହି କମିଟିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଙ୍କୁ ସଭାପତି, ଶିକ୍ଷକ କୋଶଳେଶ୍ୱର ଖର୍ସେଲ ସମ୍ପାଦକ ତଥା ସଂଯୋଜକ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସାହୁ ଙ୍କୁ କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି ।ଏହି କମିଟିକୁ ପରବର୍ତ୍ତୀ ବୈଠକ ଆସନ୍ତା ବୁଧବାର ଦିନ ବସି ସମ୍ପ୍ରସାରଣ କରାଯିବ ବୋଲି ଜଣାପଡିଛି । ଆସନ୍ତା ମାସ ଷୋହଳ ତାରିଖ ଦିନ ଏହି ଉତ୍ସବକୁ ମହା ସମାରୋହରେ ପାଳନ କରାହେବ ବୋଲି ସ୍ଥିରୀକୃତ ହୋଇଛି। ସଭା ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ତିରୋଧାନ ଦିବସ ଉପଲକ୍ଷେ ତାଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାୟକ ଅତିଥି ଓ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ବକ୍ତା ଭାବରେ ଯୋଗ ଦେଇ ଶାନ୍ତିର ଦୂତ ଶାସ୍ତ୍ରୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଜୟ ପୁରୀ , ବେଣୁଧର ନାଏକ , ଅଭୟ କୁମାର ପଟେଲ, ସତ୍ୟ ନାରାୟନ ନାଏକ, ରାମକୃଷ୍ଣ ପଟେଲ, ବିପିନ ବିହାରୀ ନାୟକ , ଗଜେନ୍ଦ୍ର ସାଥୁଆ, ନିର୍ମଳ ସାହୁ, ଲଲାଟେନ୍ଦୁ ପଟେଲ, ମମିତା ଦେହୁରୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଅନନ୍ତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।