ବିଜେପି ସରକାର ଙ୍କ ଆଦେଶକୁ ଅବମାନନା , ଖବର ପ୍ରକାଶନ ସତ୍ୱେ ପୂର୍ତ୍ତ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ନା ବେଖାତିର ମନୋଭାବ

ଦଶପଲ୍ଲା :-୧୦/୦୬ /୨୫ (ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଓ ଗଣିଆ ବ୍ଲକ ସଂଯୋଗ ମୁଖ୍ୟ ରାସ୍ତା ଟି ର ମଧ୍ଯଖଣ୍ଡ ଗ୍ରାମ ପଂଚାୟତ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ରାସ୍ତା ର ପ୍ରଶସ୍ତି କରଣ ପାଇଁ ଗତ ବିଜେଡି ସରକାର ସମୟରେ ଟଙ୍କା ମଂଜୁର ହୋଇ କାମ ହୋଇଥିଲା। ତେବେ ସମୟ ଅବଧି ପୂର୍ବରୁ ରାସ୍ତା ରେ ବିଭିନ୍ନ ଖାତ ହେବା ଓ ପିଚୁ ଉଠିଯିବା ବିଷୟରେ ଅନେକ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ଏହା ପରେ ରାସ୍ତା ର ମରାମତି ବିଭାଗ ଦ୍ୱାରା କିମ୍ବା କଣ୍ଟ୍ରାକ୍ଟର ଙ୍କ ଦ୍ୱାରା କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଏଥିପାଇଁ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ବୋଧେ ପଡ଼ିନାହିଁ। କିମ୍ବା କାର୍ଯ୍ୟ କୁ ହେୟ ଜ୍ଞାନ କରାଯାଇଛି କାରଣ ମଧ୍ଯଖଣ୍ଡ ପଂଚାୟତ ମା ବୁଢା ବୁଢ଼ୀ ଙ୍କ ପିଠସ୍ଥଳୀ ସିଧାରେ ରାସ୍ତା ରରେ ଥିବା ଖାତ ଆଜି ସୁଦ୍ଧା ପୁରଣ କରାଯାଇନାହଁ। ମାତ୍ର ତାହା ପାଖରେ ଖରାପ ଥିବା ରାସ୍ତା କୁ ପିଚୁ ପକାଇ ଠିକ କରାଯାଇଛି। ଏଥିରୁ ଜଣାପଡୁଛି ବିଭାଗୀୟ ଜେଇ କେତେ ପାରିବାର ଏବଂ ସ୍ପଷ୍ଟ ଜଣାପଡୁଛି ବିଜେପି ସରକାର ଙ୍କ ନିୟମ କୁ ଏମାନେ କେତେଦୂର ସଠିକ ଭାବରେ ମାନୁଛନ୍ତି?
ଦେଖାଯାଉ ନୂତନ ସରକାର ମୋହନ ସରକାର ଙ୍କ ଏଭଳି ଧୃଷ୍ଟତା ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ସମୟ କହିବ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *