ଦିବ୍ୟାଙ୍ଗ ଜନ ଙ୍କ ପାଇଁ ବିତରଣ ଶିବିର ଅନୁଷ୍ଠିତ।

ନୟାଗଡ଼ ;ତା-୨୫/୦୩(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ପରିସରରେ ଭାରତ ସରକାରଙ୍କ (ADIP) ଯୋଜନାରେ ଦିବ୍ୟାଙ୍ଗ ଜନ ମାନଙ୍କ ନିମନ୍ତେ ସହାୟକ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ଶିବିର ରେ କନ୍ଧମାଳ ସାଂସଦ ଙ୍କ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା,ଦଶପଲ୍ଲା ଅଧ୍ୟକ୍ଷା ସୁନନ୍ଦା ସାହୁ,ଦଶପଲ୍ଲା ବ୍ଲକ ଏ ବି ଡି ଓ ସାରଦା ପ୍ରସନ୍ନ

ମହାନ୍ତି, ବ୍ଲକ ଏସସିଓ ପ୍ରିୟ ରଞ୍ଜନ ସାହୁ,ଲିମ୍ବସ ସଂସ୍ଥା ର ଜିତେନ୍ଦ୍ର କୁମାର ସାହୁ, ଡି ୱାଇ ଡାଇରେକଟର ବିଦ୍ୟାଧର ନାୟକ,ଡି ଏସ ଏସ ଓ କାମଦେବ ନାୟକ ଉପସ୍ଥିତ ଥିଲେ। ଦିବ୍ୟାଙ୍ଗଜନ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ତଥା ସେମାନଙ୍କୁ ବିଭିନ୍ନ

ପ୍ରକାରର ସହଯୋଗ ଓ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ବଦ୍ଧ ପରୀକର। ଟ୍ରାଇ ସାଇକେଲ, ବ୍ୟାଟେରୀ ଚାଳିତ ସାଇକେଲ,ଶ୍ରବଣ ଯନ୍ତ୍ର, ଆଦି ଅନେକ ସୁବିଧା ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ଯୋଗାଇ ଆସିଛନ୍ତି।

ଏ ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ପ୍ରଶାସନ, ଦଶପଲ୍ଲା ବ୍ଲକ ପ୍ରଶାସନ ଓ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଅଗ୍ରଣୀ ସଂସ୍ଥା ଆଲିମକୋ ସଂସ୍ଥା ଦ୍ଵାରା ମୋଟ ୩୧୭ ଗୋଟି ଉପକରଣ ଦିବ୍ୟାଙ୍ଗଜନଙ୍କୁ ବିତରଣ କରାଯିବା ସହିତ ୧୬୦ ଦିବ୍ୟାଙ୍ଗ ଜନ ଉପକୃତ ହୋଇଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *