କୋରାପୁଟ ;ତା-୨୦/୦୫(ବିଏମସି ଟିଭି ଓଡ଼ିଆ)
ଚଳିତ ବର୍ଷ ର ରଥ ଯାତ୍ରା କୁ ନେଇ ଆଜି ସ୍ଥାନୀୟ ଦକ୍ଷତା ତାଲିମ୍ ବିକାଶ କେନ୍ଦ୍ର ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କୋରପୁଟ ବିଧାୟକ ରଘୁରାମ ମାଛ ଓ ଜୟପୁର ବିଧାୟକ ତାରା ବାହିନୀପତି ଯୋଗଦେଇ ଥିବା ବେଳେ ଉପଜିଲାପାଳ ଡିଓବି ର ଅତିରିକ୍ତ ଏସପି ମଞ୍ଚାସିଁନ ହୋଇ ଆଲୋଚନା ରେ ଭାଗ ନେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟୁତ୍ ବିଭାଗ ପାନୀୟ ବିଭାଗ ପୋଲିସ୍ ପ୍ରଶାସନ ଜନସାଧାରଣ ଙ୍କୁ ଉଚିତ୍ ସେବା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ରଥ ଟଣା ହେଲା ପରେ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ସରର୍ବାହ ପ୍ରଦାନ କରିବା ଯଦି ରଥ ଟଣା ବେକେ ରାତି ହୋଇଯାଏ ତେବେ ଆସ୍କା ଲାଇଟ୍ ବ୍ୟବସ୍ଥା କରିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ରାସ୍ତା ରେ ଅଗ୍ନିଶମ ବିଭାଗ ଦ୍ଵାରା ଖରା କୁ ଆଖିଆଗରେ ରଖି ଜନସାଧାରଣ ଙ୍କ ଉପରେ ପାଣି ଚିଞ୍ଚନ କରିବା ମାଉସୀମା ମନ୍ଦିର ଠାରେ ପରିମଳ ସୁବ୍ୟବସ୍ଥା କରିବା ଉପରେ ପ୍ରଶାସନକୁ ଗୁରୁତ୍ଵ ଦେଇଥିବା ବେଳେ ଚୋରୀ ରୋକିବା ପାଇଁ ଏଥର କଠୋର ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ୍ ପ୍ରଶାସନ କୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଆସ୍କ। ଚଳିତ ବର୍ଷ ଅଶ୍ଳୀଳ କଥା ଡାହୁକ ଦ୍ଵାରା ରଥ ଉପରେ ଆଉ ବୋଲା ଯିବନି ବୋଲି ନିଷ୍ପତି ନିଆଯାଇଥିବା ବେଳେ ସପ୍ତାହେ ଆଗରୁ ଅବକାରୀ ଓ ପୋଲିସ୍ ବିଭାଗ ର ମିଳିତ ସହଯୋଗ ରେ ପେଟୋଲିଂ କୁ କଡାକଡି କରିବାକୁ କୁହାଯାଇଛି । ଏପରିକି ରଥ ଯାତ୍ରା ଦିନ ସହର ରେ ମଦ ଦୋକାନ ବନ୍ଦ ପାଇଁ ବି ନିଷ୍ପତି ନିଆଯାଇଛି ।ରାସ୍ତା କଡ ରେ ଫାଷ୍ଟ ଫୁଟ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପ୍ରଶାସନ d ନିର୍ଦ୍ଦେଶ ଦେବା ସହ ଖାଦ୍ୟ ହୋଟେଲ ଉପରେ ଚଢ଼ାଉ କରି ଖାଦ୍ୟ ର ନମୁନା ପରୀକ୍ଷା କରିବା କୁହାଯାଇଛି । ଆଜିର ଆଲୋଚନା ରେ ସାମ୍ବାଦିକ ଦେବାଶ୍ରିତ ପଟନାୟକ ,ଭବାନୀ ଶଙ୍କର ମିଶ୍ର ସି ଏଚ ସନ୍ତାକର ବୁଦ୍ଧିଜୀବୀ ଶକ୍ତି ପଣ୍ଡା ସମେତ ବିଭିନ୍ନ ବିଭାଗର ଅଧିକାରୀ ମନ୍ଦିର ପ୍ରଶାସନ ସାମିଲ୍ ହୋଇଥିଲେ ।
କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।