କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପିର କର୍ମଶାଳା

ଗଞ୍ଜାମ :- ତା – ୦୭/୦୬/୨୫ (ବିଏମସି ଟିଭି ଓଡ଼ିଆ)


ସେବା ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ କେନ୍ଦ୍ରରେ ୧୧ ବର୍ଷର ଓ ରାଜ୍ୟରେ ପ୍ରଥମ ବର୍ଷ ପୂର୍ତି ଅବସରରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବ୍ରହ୍ମପୁର ଗିରିରୋଡ ସ୍ଥିତ ପାଢ଼ୀ ସେଲିବ୍ରେସନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ | ଏହି କର୍ମଶାଳାରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ  ଯତୀନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର,ଛତ୍ରପୁର ବିଧାୟକ କୃଷ୍ଣ ନାୟକ,ଚିକିଟି ବିଧାୟକ ମୋନରଞ୍ଜନ ଧ୍ୟାନସାମନ୍ତରାୟ,ଭା ଜ ପା ବରିଷ୍ଠ ସଦସ୍ୟ ସୁରେଶ ପାଢ଼ୀ,ସିଦ୍ଧାନ୍ତ ଗଙ୍ଗଦେବ,ପୂର୍ବତନ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା,ପ୍ରଶାନ୍ତ ନାୟକ,ଗୌରୀ ସାମନ୍ତରାୟ,ପ୍ରଭାତ ଷଡ଼ଙ୍ଗୀ, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଯସ୍ୱଶ୍ରୀ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ରନ୍ଦ୍ର ମୋଦୀଙ୍କ ନେତୃତ୍ବରେ ରେ କେନ୍ଦ୍ର ସରକାରଙ୍କ ୩.୦ ରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ନାକୁ ଲାଗୁ କରିବାରେ ସମସ୍ତ ଜନସାଧାରଣଙ୍କ କିପରି ଖୁସିର ଲହରୀ ଖେଳିଥିଲା ସେ ବିଷୟ ରେ ଯତୀନ ମହାନ୍ତି କହିଥିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବ ରେ ସୁଭଦ୍ରା ଯୋଜନାଠୁ ଆରମ୍ଭ କରି, ଲକ୍ଷପତି ଦିଦି, ଶ୍ରୀ ମନ୍ଦିରର ମନ୍ଦି ୪ ଦୁଆର ର ଖୋଲା, ରତ୍ନ ଭଣ୍ଡାରର ଚାବି ଖୋଲିବା
କେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ୧ ବର୍ଷ ସଫଳତା ଠୁ
ଆରମ୍ଭ କରି ଚାଷୀଙ୍କ ଧାନର ଏମ ଏସ ପି ବଢ଼ାଇବା ପର୍ଯ୍ୟନ୍ତ ବହୁ ଯୋଜନାର ଲାଭ ବାନ ଓଡିଶା ବାସୀ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟ ଅତିଥି ମହାନ୍ତି କହିଥିଲେ। ଏହି କର୍ମଶାଳାରେ ବିଶ୍ୱ ପର୍ଯ୍ୟାବରଣ ରଣ ଦିବସ,  ଯୋଗ ଦିବସ,  ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ କିପରି ପାଳନ କରାଯିବ ସେ ବାବଦରେ ଲୋଚନା କରାଯାଇଥିଲା । ବ୍ରହ୍ମପୁର ବିଧାୟକ ନିଜ ବକ୍ତ୍ୟବ୍ୟ ମାଧ୍ୟମରେ ଅବଗତ କରିଥିଲେ ଯେ ୯ /୦୬/ ୨୦୨୫ ଠାରୁ ୨୧/୦୬/୨୦୨୫  ସହର ର ୩୬ ଟି ୱର୍ଡ ରେ ମା ଙ୍କ ନାମରେ ଗଛ ଟିଏ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରାଯିବା ସହିତସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣ ଙ୍କୁପ୍ରତେକ ଶକ୍ତି କେନ୍ଦ୍ର ରେ ଜଣାଇଦିଆଯିବ,
ଅନ୍ୟ ମାନଙ୍କ ମଧ୍ୟରେ  ରାଜ୍ୟ ପ୍ରବକ୍ତା ଟି ଗୋପୀ,ବିଧାୟକ ଙ୍କ ପ୍ରତିନିଧି ପ୍ରଦୀପ ନାୟକ,ବନମାଳୀ ସେଠି,ଅଶୋକ ଶୁକ୍ଳ,ପୀତବାସ ପଣ୍ଡା, ମଣ୍ଡଳ ସଭାପତି ଜଗନ୍ନାଥ ଜେନା,ପରେଶ ରଥ,ବାଳକୃଷ୍ଣ ସାମନ୍ତରାୟ,ପ୍ରଣୟ ମହାପାତ୍ର,ପ୍ରଦୀପ ମିଶ୍ର,ତୁତୁନୁ ପାତ୍ର, ବିଧାୟକ ଙ୍କ ପ୍ରତିନିଧି ଶିବଶଙ୍କର ନାୟକ,  ସଞ୍ଜୟ ଜେନା,ସୁନୀଲ କୁମାର ପଣ୍ଡା,ପତିତ ଗନ୍ତାୟତ,ତ୍ରିନାଥ ନାୟକ,କର୍ପୋରେଟର ବନିତା ସାହୁ,ବବିତା ପାତ୍ର,ମଣ୍ଡଳ ସଭାନେତ୍ରୀ ବର୍ଷା ବିଦୁସୁସ୍ମିତା,ରତ୍ନ ଗ୍ରଭା ସରସ୍ବତୀ,ମନିତା ଦାଶ,ରାଜୀବ ମିଶ୍ର, ଶଙ୍କର ରାଓ,ପ୍ରଦୀପ କୁମାର ସାହୁ,ରଂଜିତ ପଟ୍ଟନାୟକ, ବାଙ୍କନିଧି  ସେଠି,ଶିବା ଯାଦବ ଭିକି ଆଚାରି,ପ୍ରତାପ ସେଠି,ବରୁଣ ନାଇଡୁ,ଅରୁଣ ନାଇଡ଼ୁ,ସମେତ ସମସ୍ତ ମଣ୍ଡଳ ଓ ଜିଲ୍ଲା ସ୍ତରୀୟ ନେତ୍ର ବୃନ୍ଦ ଉପସ୍ଥିତ ଥିଲେ । କର୍ମଶାଳାର  ମହିଳା ମୋର୍ଚ୍ଚା,ଯୁବ ମୋର୍ଚ୍ଚା,ଏସ.ସି ମୋର୍ଚ୍ଚା, କାର୍ଯ୍ୟକର୍ତାଙ୍କ ଦ୍ବାରା ସମସ୍ତ ନେତୃବୃନ୍ଦ ତଥା କାର୍ଯ୍ୟକର୍ତ୍ତା ଙ୍କୁ ସ୍ବାଗତ କରାଯାଇଥିଲା ବେଳେ କର୍ମଶାଳ ର ଶେଷରେ ବିଧାୟକ କେ ଅନିଲ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *