ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ।

ନୟାଗଡ ;ତା-୨୩/୦୬(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଶନ ଶକ୍ତି ଗୃହରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ ପି -ଏସ ସୁଶ୍ରୀ, ସିଡିଓ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମରଦାର, ସି ଡ଼ି ଏମ ଓ ସୁଶାନ୍ତ କୁମାର ଦାସ,ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ,ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ବ୍ଲକ ଅଧକ୍ଷା ସୁନନ୍ଦା ସାହୁ ଙ୍କ ଉପସ୍ଥିତିରେ ଶୁଣାଣି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଦଶପଲ୍ଲା ଥାନା ଅଧିକାରୀ ଅନିତା ସାହୁ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ,ମେଡିକାଲ ଅଫିସର ସନ୍ଦୀପ ସ୍ୱାଇଁ,ଫରେଷ୍ଟର ଓ ଅନ୍ୟ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଆଜି ମୋଟ ୧୪୫ ଗୋଟି ମାମଲା ମଧ୍ୟରୁ ବ୍ୟକ୍ତିଗତ ୧୩୫ ଗୋଟି ମାମଲା, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୦୧ ଗୋଟି ମାମଲା, ଗ୍ରାମ୍ୟ ବିବାଦ ୦୯ ଗୋଟି ମାମଲା ଦରଖାସ୍ତ ହୋଇଥିଲା ବେଳେ ତୁରନ୍ତ ୪୭ ଗୋଟି ମାମଲା ତୁରନ୍ତ ଫଇସଲା ହୋଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *