ରାୟଗଡ:ତା.୦୯/୦୬/୨୫ (ବିଏମସି ଟିଭି ଓଡ଼ିଆ)
ଜିଲ୍ଲାପାଳଙ୍କ ଦ୍ଵାରା ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା ବିକାଶ ମେଳା ର କର୍ଯ୍ୟନ୍ଵୟନ ବିଷୟ ରେ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ର ଉପଲବ୍ଧି ବିଶେଷ କରି ଏକ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ଉପଲବ୍ଧି କୁ ଲୋକଙ୍କ ପାଖରେ ପହଂଚାଇବା ଉଦେଶ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭାବରେ କରାଯିବ । ଆସନ୍ତା ଜୁନ ୧୨ ତାରିଖରୁ ଆସନ୍ତା ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିକାଶ ମେଳା ଆୟୋଜନ କରାଯିବ । ଏହାସହିତ ବିକାଶ ବାହାନା ପ୍ରତ୍ୟେକ ବ୍ଲକରେ ପହଂଚି ଗ୍ରାମ ପଂଚାୟତ ମାନଙ୍କରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମ୍ବନ୍ଧରେ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ l ଏହି ବାହନ ପରିକ୍ରମା ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ସହାୟତା, ପ୍ରମାଣ ପାତ୍ର, ଖାଉଟି କାର୍ଡ, ଆଧାର କାର୍ଡ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା,ଜଙ୍ଗଲ ଜମି ପଟ୍ଟା, ମୃତିକା ସ୍ଵାସ୍ଥ୍ୟ କାର୍ଡ, ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ବାହନ ସୂଚାରୁ ପରିଚାଳନା ନିମନ୍ତେ ପରିଚାଳନା ନିମନ୍ତେ ପ୍ରତ୍ୟେକ ବ୍ଲକରେ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି । ସେହିପରି ପୌରାଞ୍ଚଳ ନିମନ୍ତେ ମଧ୍ୟ ବିକାଶ ବାହନ ପରିକ୍ରମା କରିବ । ନିର୍ବାହୀ ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ଏହି ବାହନ ପରିକ୍ରମା କରିବ । ବାହାନ କୁ ସ୍ୱାଗତ କରିବା ନିମନ୍ତେ କାର୍ଯ୍ୟକ୍ରମ ବିଡ଼ିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ୱାରା ବ୍ୟବସ୍ଥା କରାଯିବ । ଏହାସହିତ ବିକାଶ ମେଳରେ ଖାଦ୍ୟ ମେଳା, କ୍ରୀଡା, ବିଭିନ୍ନ ପ୍ରତିଯୋଗିତା, ସବସ୍କୃତିକ କାର୍ଯ୍ୟକ୍ରମ, ବୌଦ୍ଧିକ କର୍ମଶାଳା ଆଦି ଅନୁଷ୍ଠିତ । ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ଏହି ସମୀକ୍ଷା ବୈଠରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବିଡ଼ିଓ ମାନେ ଉପସ୍ଥିତ ଥିଲେ ।

ରାୟଗଡ଼ା ଜିଲ୍ଲାରୁ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।