ବୌଦ୍ଧ ;ତା-୨୮/୦୨(ବିଏମସି ଟିଭି ଓଡ଼ିଆ)
ବୌଦ୍ଧ ଟାଉନହଲଠାରେ ଜିଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରମିକ ମାନଙ୍କୁ ପଞ୍ଜିକରଣ ପତ୍ର ଓ ସହାୟତା ପ୍ରଦାନ କରାଯାଇଥିଲା । ଜିଲା ପ୍ରଶାସନ ଓ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୬୭ ଜଣ ହିତାଧିକାରୀ ମାନଙ୍କୁ ୨ କୋଟି ୯୩ ଲକ୍ଷ ୪୨ ହଜାର ଟଙ୍କା ଡିବିଟି ମୋଡରେ ପ୍ରଦାନ କରାଯାଇଥିଲା । ୯ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୨ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ,୧୯ ଜଣଙ୍କୁ ବିବାହ ସହାୟତା ବାବଦକୁ ୫୦ ହଜାର ଟଙ୍କା ଲେଖାଏଁ ଏବଂ ପ୍ରସବକାଳୀନ ସହାୟତା ବାବଦ ରେ ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ଶ୍ରମିକମାନେ ମେରୁଦଣ୍ଡ ଏବଂ ସେମାନଙ୍କ ବିନା କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହ ଅନଲାଇନ ପୋର୍ଟାଲରେ ଶ୍ରମିକମାନଙ୍କୁ ମିଳିଥିବା ପ୍ରୋତ୍ସାହନ ରାଶି ନିଶ୍ଚିତ ସେମାନଙ୍କର ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରୋତ୍ସାହନ ପାଇଁ ଅନଲାଇନରେ ଆବେଦନ କରିପାରିବେ ଓ ସେଥିପାଇଁ କୌଣସି ମଧ୍ୟସ୍ଥି ର ଆବଶ୍ୟକ ନାହିଁ ବୋଲି କହିଥିଲେ । ଏହି ସମାରୋହ ରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ନିର୍ମାଣ ଶ୍ରମିକ ଙ୍କୁ ବିଶ୍ୱକର୍ମା ବୋଲି ସମ୍ବୋଧନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ଅଧିକ ତଥ୍ୟ ଜାଣିବା ପାଇଁ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଏ ନେଇ ସୂଚନା ପାଇପାରିବେ ଏବଂ ସେମାନେ ଆର୍ଥିକ ସ୍ୱାବଲମ୍ବି ହେବା ସହ ପିଲାଙ୍କୁ ଭଲ ଭାବେ ପାଠ ପଢାଇ ପାରିବେ, ବିବାହ ସହାୟତା, ମୃତ୍ୟୁକାଳୀନ ସହାୟତା ପାଇ ପାରିବେ ବୋଲି କହିଥିଲେ । ଅନଲାଇନ ରେ ଡିବିଟି ମୋଡ଼ ରେ ମିଳିଥିବା ସହାୟତା ବିଷୟରେ ସୂଚନା ଦେଇଥିଲେ ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା , ଅଧକ୍ଷ୍ୟ ପଞ୍ଚାୟତ ସମିିତି ବୌଦ୍ଧ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଓ ସାଂସଦ ଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ମଧ୍ୟସ୍ଥି ଙ୍କ ହାବୁଡ଼ ରେ ନ ପଡି ସମସ୍ତ ପ୍ରକାର ସହାୟତା ପାଇଁ ଅନଲାଇନ ରେ ଆବେଦନ କାରିବାକୁ ପରାମର୍ଶ ଦେଇଥିଲେ ।ନିର୍ମାଣ ଶ୍ରମିକ ବିନା କୌଣସି ପ୍ରକାର ବିକାଶ ସମ୍ଭବ ପର ନୁହେଁ ବୋଲି କହିବା ସହ ସେ ମାନଙ୍କ ଉପରେ ନିଜ ନିଜ ଅଭିମତ ରଖିଥିଲେ । ଭାରପ୍ରାପ୍ତ ଜିଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ସ୍ୱାଗତ ଭାଷଣ ରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ମିଳୁଥିବା ସରକାରୀ ସୁବିଧା, ସୁଯୋଗ ବିଷୟରେ ସୂଚନା ଦେବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିଲେ । ଏହି ସମାରୋହରେ ସମସ୍ତ ଟ୍ରେଡ ୟୁନିୟନ ର କର୍ମକର୍ତ୍ତା ବୃନ୍ଦ, ନିର୍ମାଣ ଶ୍ରମିକ , ଗଣମାଧ୍ୟମ ପ୍ରତିନିଧି ,ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।