ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ୨୦୨୪-୨୫ବର୍ଷ ପାଇଁ ବିଷମକଟକ ଡାଇଟ ଠାରେ ଅନୁଷ୍ଠିତ ।

ରାୟଗଡ଼ା ;ତା-୨୪/୦୩(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜିଲ୍ଲା ବିଷମକଟକ ଡାଇଟ ଠାରେ ଆଜି ଜିଲ୍ଲାସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ବଡ଼ଧୂମଧାମ ରେ ପାଳନ ହୋଇଥିଲା । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାୟଗଡା ର ଭାରପ୍ରାପ୍ତ ଅଧିକ୍ଷ ଜଗନ୍ନାଥ ମେହେର ଙ୍କ ସଭାପତିତ୍ୱ ରେ ପରିଚାଳନା ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଉମାଶଙ୍କର ନିମଲପୁରୀ, ସନ୍ନମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝି, ଗୋଷ୍ଠୀ ଅଧିକାରୀ ଚନ୍ଦ୍ରପୁର ଗଣେଶ ଶବର ଏବଂ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ବିଷମକଟକ ଶ୍ରୀଯୁକ୍ତ ଅଭୟ କୁମାର ବେହେରା

ଉପସ୍ଥିତ ହୋଇ ଉକ୍ତ ଶିକ୍ଷଣ ସାମଗ୍ରୀ ମେଳରେ ଜିଲ୍ଲାର ସମସ୍ତ CRCC ଏବଂ ତାଙ୍କ ଅଧିନସ୍ତ ଗୋଟିଏ ଅଭିନଵ ଶିକ୍ଷକ ସାମଗ୍ରୀ ମିଳିତ NGO, CINI, TATA TRUST ଏବଂ KLOROFEEL ଫାଉଣ୍ଡେସନ ଶିକ୍ଷକ ସାମଗ୍ରୀ ମେଳରେ ନିଜର ଅଭିନଵ ଶିକ୍ଷକ ସାମଗ୍ରୀ ସହିତ ଉପସ୍ଥିତ ଥିଲେ । ଏଥିରେ ୧୫୯ଟି ଷ୍ଟାଲରେ ଅଭିନଵ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ କୁ ସରକାରୀ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ।ଶେଷରେ ଜିଲ୍ଲା ଶିକ୍ଷାଓ ପ୍ରଶିକ୍ଷଣ ପ୍ରତିଷ୍ଠା ରେ ଶିକ୍ଷକ ପ୍ରଶିକ୍ଷିକା ସୁଜାତା ବାଘ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ପ୍ରଶିକ୍ଷିକା ଏବଂ ସମସ୍ତ ଗୁରୁ,ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *