ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସହିତ ଶିଶୁ ବାଟିକା କକ୍ଷର ଶୁଭାରମ୍ଭ, ୮ଟି ବ୍ଲକରେ ଗଡ଼ିଲା ଶିକ୍ଷା ରଥ।

ନୟାଗଡ଼ ;ତା-୦୨/୦୪(ବିଏମସି ଟିଭି ଓଡ଼ିଆ)

ପିଲାଙ୍କୁ ଗୁଣାତ୍ମକ ଓ ସର୍ବୋତ୍ତମ ଶିକ୍ଷାଦାନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହାକୁ ବାସ୍ତବ ରୂପ ଦେବା ପାଇଁ ନୂଆ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସମଗ୍ର ରାଜ୍ୟରେ ଆଜି ଅନୁଷ୍ଠିତ ହୋଇଛି। ଏହା ସହିତ ନୂତନ ଶିକ୍ଷାନୀତି ଅନୁଯାଇ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଆଜିଠାରୁ ଶିଶୁ ବାଟିକା ଶ୍ରେଣୀର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଏହି କ୍ରମରେ ଆଜି ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ପ୍ରଵେଶ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ସଭାରେ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଏବଂ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଯୋଗଦାନ କରି ରାଜ୍ୟ ସରକାର ୨୦୨୦ ଶିକ୍ଷାନୀତି ପ୍ରଣୟନ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ସାମିଲ କରିବା ସହିତ ସପ୍ତାହକୁ ୩ଟି ଅଣ୍ଡା ଏବଂ ୩ଟି ପୁଷ୍ଟିସାର ଲଡ଼ୁ ବଣ୍ଟନ କରିବା ନିଷ୍ପତ୍ତିକୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରିଥିଲେ। ଶିକ୍ଷକ ପ୍ରଦୀପ ସାହୁ ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ସମଗ୍ର ଶିକ୍ଷା ଆଦିବାସୀ ବିଭାଗ ସଂଯୋଜିକା ଶୁଭସ୍ମିତା ଦାଶ ମଞ୍ଚ ସଂଚାଳନ କରିଥିଲେ।

ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ବାଲ ବଟିକା ଶିଶୁ ମାନଙ୍କୁ ଅତିଥି ମାନେ ସ୍ୱତନ୍ତ୍ର ଭାବେ ନିର୍ମିତ ଖଡ଼ିଛୁଆଁ କୋଣ ଗୃହରେ ଖଡ଼ି ଛୁଆଁଇବା ସହିତ ସେମାନଙ୍କୁ ସ୍କୁଲ ବ୍ୟାଗ, ସ୍ଲେଟ ଏବଂ କଲମ ଆଦି ବଣ୍ଟନ କରିଥିଲେ। ପରବର୍ତ୍ତୀ ସମୟରେ ଅତିଥିମାନେ ୮ଟି ବ୍ଲକ ପାଇଁ ଉଦ୍ଦିଷ୍ଟ ୮ଟି ଶିକ୍ଷା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାରେ ନୟାଗଡ଼ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ଧନେଶ୍ୱର ସେଠୀ,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ,ସମଗ୍ର ଶିକ୍ଷା ସଂଯୋଜିକା ଶ୍ରାବଣୀ ମିଶ୍ର, କ୍ରିଷ୍ଣାରାଣୀ ମାଝୀ,ସିଆରସିସି ବିଭୁତି ଭୂଷଣ ମିଶ୍ର, ଲକ୍ଷ୍ମୀଧର ପ୍ରଧାନ,ପ୍ରଦୀପ୍ତ କୁମାର ପଣ୍ଡା,ଜୀବନଜ୍ୟୋତି ହୋତା,ଶିକ୍ଷକ ଲକ୍ଷ୍ମୀଧର ସାହୁ, ଉମେଶ ଚନ୍ଦ୍ର ସ୍ୱାଇଁ,ମାନସ ରଞ୍ଜନ ଷଡ଼ଙ୍ଗୀ, ରେହମାନ ଅଲି ପ୍ରମୁଖ ସହଯୋଗ କରିଥିଲେ।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *