ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ,ପ୍ରଶାସନ-ଗାଁ କି ଓର’ ସପ୍ତାହ କର୍ମଶାଳା ଅନୁଷ୍ଠିତ ।

ଗଜପତି ; ତା-୨୫/୧୨(ବିଏମସି ଟିଭି ଓଡ଼ିଆ)

ଆଜି ଜିଲ୍ଲା ସ୍ତରୀୟ ‘ସୁଶାସନ ସପ୍ତାହ-ପ୍ରଶାସନ ଗାଁ କି ଓର’ କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ପବିତ୍ର ମଣ୍ଡଳ,ଭାରତୀୟ ପ୍ରଶାସନିକ ସେବା (ଅବସରପ୍ରାପ୍ତ) ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପୃଥ୍ବୀରାଜ ମଣ୍ଡଳ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଡ଼.ମାୟାଧର ସ୍ୱାଇଁ, ଜିଲ୍ଲା ଶିକ୍ଷଧିକାରୀ ଗଜପତି ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ବିକାଶ ଏବଂ ସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ସମେତ ଜିଲ୍ଲାର ବିଭିନ୍ନ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେହିପରି ଗ୍ରାମ୍ୟ ମୁଖୀ ସଂଯୁକ୍ତ ଅଭିଯୋଗ ଶୁଣାଣି ଓ ଏହାର ସଫଳ କାହାଣୀ ବିଷୟରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ‘ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର’ କର୍ମଶାଳା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ତା ୧୯ ଡିସେମ୍ବର ଠାରୁ ତା ୨୫ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି। ଏହି ପରୀପେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ସୁଶାସନ ସପ୍ତାହ ପ୍ରଶାସନ ଗାଁ କୁ ଓର କର୍ମଶାଳା ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଉଛି। ଏହି ପରିପେକ୍ଷୀ ରେ ଜନସାଧରଣ ଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ସମାଧାନ କରିବା ସହ ଜନସେବା ପ୍ରଦାନ କରିବା, ବିଚାରଧୀନ ଜନସାଧାରଣଙ୍କ ଅଭିଯୋଗ ତୁରନ୍ତ ସମାଧାନ, ଅନଲାଇନ୍ ସେବା ପ୍ରଦାନ ଏବଂ ଜିଲ୍ଲାର ଜନସାଧାରଣଙ୍କ ଅଭିଯୋଗ ସମାଧାନ ହୋଇଥିବା ସଫଳତା କାହାଣୀ ଉପଲବ୍ଧ କରାଇବା ଓ ଜିଲ୍ଲାର ସମସ୍ତ କର୍ମଚାରୀ ନିଜ ନିଜ ବିଭାଗର ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ମୁଖ୍ୟ ଅତିଥି କହିଥିଲେ।ଆଜିର ଏହି କର୍ମଶାଳାରେ ଡେପୁଟି କଲେକ୍ଟର ଲିପିନା ଦାସ, କମଳ କାନ୍ତ ପଣ୍ଡା, କଷ୍ୟାପୀ ବେହେରା ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *