ରାୟଗଡ ହାଇସ୍କୁଲ ପଡିଆ ଠାରେ ଅନ୍ତ୍ରଦୋୟ ଗୃହ ଯୋଜନାର ଜିଲ୍ଲାସ୍ତୟ ଶୁଭାରମ୍ଭ ।

ଗଜପତି ;ତା-୩୦/୦୩(ବିଏମସି ଟିଭି ଓଡ଼ିଆ)

ଗଜପତି ଜିଲ୍ଲାର ଜିଲ୍ଲାସ୍ତୟ ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ ହାଇସ୍କୁଲ ପଡିଆ ପରିସରରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଅନ୍ତ୍ରଦୋୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ରାଜ୍ୟ ସ୍ତରୀୟ କାର୍ଯକ୍ରମ ର ଶୁଭାରମ୍ଭ କରିବା ପରେ ଏଠାରେ ରାୟଗଡ ବ୍ଲକ ର ବିଭିନ୍ନ ପଂଚାୟତର ବିକଳାଙ୍ଗ, ବିଧବା, ଉକ୍ତ ଯୋଜନାରେ ଥିବା ହିତାଧିକାରୀ ମାନଙ୍କୁ ଆଜି ପ୍ରଥମ ପାଳିରେ ୨୮ ଜଣ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଅତିଥି ମାନେ କରିଛନ୍ତି। ଏହୀ କାର୍ଯକ୍ରମ ରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ, ବ୍ଲକ ଅଧ୍ୟକ୍ଷା ପୂର୍ଣାବାସି ନାୟକ, ଜିଲ୍ଲାପରିଷଦ ସଭ୍ୟା ଗୌତମୀ ଜାନି,ଜିଲ୍ଲା ଉନ୍ନୟନ ଅଧିକାରୀ ଶଙ୍କର କେର୍କେଟା ,ଅତିରିକ୍ତ ନିର୍ବାହୀ ଅଧିକାରୀ ପୃଥିବୀ ରାଜ ମଣ୍ଡଳ ପ୍ରୋଗ୍ରାମ ମ୍ୟାନେଜର ବି. ରୋହିତ କୁମାର,ରାୟଗଡ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ ,ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।ରାୟଗଡ ବ୍ଲକ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା , ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଏଠାରେ ଉପସ୍ଥିତ ଥିଲେ। ଉକ୍ତ ଯୋଜନାର ପ୍ରଥମ ପାଳିରେ କାର୍ଯ୍ୟାଦେଶ ବଣ୍ଟନ କୁ ପାତର ଅନ୍ତର ହୋଇଛି ବୋଲି କ୍ଷୁବ୍ଧ ହୋଇ ଜଲାଙ୍ଗ ସରପଞ୍ଚଙ୍କ ସହ ଅନେକ ସରପଞ୍ଚ ଓ ସାଧାରଣ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇ ଥିଲେ। ଏହା ଶୁଣି ଜିଲ୍ଲାପାଳ ଶ୍ରୀ ଦାଶ ଏହି କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ ଓ ସମସ୍ତ ହିତାଧିକାରୀ ମାନେ ଉକ୍ତ ଯୋଜନାର ସାମିଲ ହେବେ ବୋଲି ପ୍ରତିଶୃତି ଦେଇ ସେମାନଙ୍କୁ ବୁଝାଇ ଥିବା ଦେଖିବାକୁ ମିଳିଛି । କାର୍ଯକ୍ରମ ଚାଲି ଥିବା ବେଳେ ପ୍ରଚଣ୍ଡ ଖରା ଓ ଗରମ କୁ ସହ୍ୟ କରି ନପାରି କାର୍ଯକ୍ରମ ନ ସରିବା ପୁର୍ବରୁ ଆସିଥିବା ଅନେକ ଲୋକେ ସ୍ଥାନ ଛାଡି ଚାଲି ଯାଇ ଥିବା ଦେଖିବାକୁ ମେଳିଛି ।

ଗଜପତି ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *