ସମ୍ବଲପୁର ;ତା-୩୧/୦୧(ବିଏମସି ଟିଭି ଓଡିଆ)
ଲପଙ୍ଗା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ କୁଷ୍ଠ ନିରାକରଣ ଦିବସ ଓ ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅଭିଯାନ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ସିଡିଏମ୍ ଏବଂ ପିଏଚ୍ଓ ଡ.ସୁଜାତାରାଣୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଡ.ସୁଚିତ୍ରା ସାହୁ ଏଡିପିଏଚ୍ଓ ଭିବିଡି, ନୀଳାମ୍ବର ମହାନନ୍ଦ ପ୍ରଶାସନିକ ଅଧିକାରୀ, ଲଇଡା ଅଧିକ୍ଷକ ଡ. ଆଶିଷ ମାଝୀ, ମନୋରଞ୍ଜନ ବେହେରା ଆଦିତ୍ୟ ବିର୍ଲା ଲପଙ୍ଗା, ଜ୍ଞାନରଞ୍ଜନ ମହାନ୍ତି ଇପିଡିମିଓଲୋଜିଷ୍ଟ୍, ଡ.ଯୋଗବାଳା ଶ କୁଷ୍ଠ ପରାମର୍ଶଦାତା,

ଯଶୋବନ୍ତ ହୋତା ଭିବିଡି କନ୍ସଲ୍ଟାଣ୍ଟ୍, ସୁବାଷ ଥାଟି ଡିଭିଏଲ୍ଏମ୍, ଡ.ସୁବ୍ରତ ନନ୍ଦ ଏଲ୍ଏନ୍ଓ, ଶକ୍ତିଦତ୍ତ ସତ୍ୟଜିତ ସିଂହ ପିଟି, ଆଲୋକ ଚନ୍ଦ୍ର ବେହେରା ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ, ପ୍ରମୋଦ କିଶୋର ଦାଶ ଏମ୍ପିଏଚ୍ଏସ୍, ଜୟନ୍ତ କୁମାର ଦାଶ ବିଏଲ୍ଏନ୍ଡବ୍ଲ୍ୟୁ ଡିଏଚ୍ଏଚ୍, ସଞ୍ଜୟ ବୁଡା ବିଏଲ୍ଏନ୍ଡବ୍ଲ୍ୟୁ ଲଇଡା, ରାଜାରାମ ବାଗ୍ ତଥା ମନୋଜ କୁମାର ନାଏକ ଅଧ୍ୟକ୍ଷ ଲଫଙ୍ଗା ଏଚ୍ଏସ୍ଏଚ୍ ଏବଂ ସମସ୍ତ ଟିଜିଟି ଓ ପିଏଚ୍ଟି ଶିକ୍ଷକ, ଶିକ୍ଷୟିତ୍ରୀ ଲପଙ୍ଗା ଏଚ୍ଏସ୍ଏଚ୍ ଉକ୍ତ ସଭାରେ ଯୋଗଦାନ କରିଥିଲେ। ତା ସହିତ ଲପଙ୍ଗା ଏଚ୍ଏସ୍ଏଚ୍ ର ସମସ୍ତ ଛାତ୍ରଛାତ୍ରୀ ଏବଂ ମହିଳା ସ୍ଵସ୍ଥ୍ଯକର୍ମୀ, ସିଏଚ୍ଓ ଏବଂ ଆଶା ଦିଦିମାନେ ଅଂଶଗ୍ରହଣ କରିଥିଲେ ।ଏଥିରେ କୁଷ୍ଠ ନିରାକରଣ ଉପରେ ସଚେତନତା ବାର୍ତ୍ତା ଦିଆଯାଇଥିଲା, ରଚନା ପ୍ରତିଯୋଗିତା, ବକ୍ତୃତା ଏବଂ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ୧୬ ଗୋଟି ପୁରସ୍କାର ବିତରଣ କରାଯାଇଥିଲା।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।