ରାୟଗଡ଼ା ;ତା-୧୬/୦୫(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ କତୃପକ୍ଷ ତରଫରୁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଅରକ୍ଷୀ ଅଧିକ୍ଷ ରାୟଗଡ ଏସ ସ୍ୱାତୀ କୁମାର, ଉପଜିଲ୍ଲାପାଳ ରାୟଗଡ଼ ରମେଶ କୁମାର ଜେନା, ଆୱାସି ମାଧ୍ୟମରେ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରେନଦୀପ କୌର ସାହାଟେ,ପ୍ରମୁଖ ଯୋଗଦାନ କରିଥିଲେ । ଏହି ବୈଠକରେ ପୂର୍ବ ବୈଠକରେ ନିଷ୍ପତିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ବିଶେଷ କରି ରାୟଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଚକଗୁଡିକରେ ନିହାତି ଆବଶ୍ୟକ ବ୍ୟବସ୍ଥା ଉପରେ ନିଆଯାଇଥିବା କାର୍ଯ୍ୟକ୍ରମ ଯଥା ସାଇବୋର୍ଡ, ରୁମବ୍ଲେର୍ସ ବ୍ୟବସ୍ଥା, ବସ୍ କଟିଙ୍ଗ, ରେଡିୟମ ଲାଇଟ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।ଏହି ସବୁ ବ୍ୟବସ୍ଥା କାର୍ଯକାରୀ ନକରିଥିଲେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବୈଠକରେ ଅରକ୍ଷୀ ଅଧିକ୍ଷକ କହିଛନ୍ତି । ସ୍ଥାନୀୟ ନଗାବଳି ପ୍ଲାନେଟୋରିଅମ ପାଖରେ ସ୍ପିଡ଼ ବ୍ରେକର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶିକ୍ଷା ଅଧିକାରୀ କହିଥିଲେ । ରାୟଗଡ ସହରର ବିଭିନ୍ନ ସପିଙ୍ଗ ମୋଲ, ବ୍ୟାଙ୍କ, ଗାଡ଼ି ଶୋଅ ରୁମଗୁଡିକରେ ବେଆଇନ ଭlବରେ ଗାଡ଼ି ପାର୍କିଙ୍ଗ କରାଯାଉଥିବାରୁ ଗାଡ଼ି ଚଳାଚଳ ଅସୁବିଧା ହେଉଥିବାରୁ ତୁରନ୍ତ ଏହାର ସମାଧାନ କରିବାକୁ କିଛି ସଦସ୍ୟ ଦୃଷ୍ଠି ଆକର୍ଷଣ କରିଥିଲେ ।ରେଲୱେ ଷ୍ଟେସନ ଛକରୁ ଜିଲ୍ଲାପାଳଙ୍କ ବାସଭବନ ଛକ, ହୋଣ୍ଡା ଶୋଆ ରୁମ ଏବଂ ବ୍ଲକ ଛକ ରୁ ସାରୁମ ପାର୍ଲର ପର୍ଯ୍ୟନ୍ତ ଗାଡି ଚଳାଚଳ ଅସୁଵି ଦେଖାଦେଉଥିବାରୁ ସୁଧାରିବାକୁ ଦୃଷ୍ଟିଗୋଚର କରାଯାଇଥିଲା ।
ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।