ବୌଦ୍ଧ ; ତା-୧୫/୦୨(ବିଏମସି ଟିଭି ଓଡ଼ିଆ)
ଶନିବାର ଦିନ ଦିବା ୧ଘଣ୍ଟା ସମୟରେ ବୌଦ୍ଧ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା । ବୌଦ୍ଧ ବ୍ଲକର ବାଉଁଶୁଣୀ, ସାହାଜପାଲ୍, ମୁଣ୍ଡିପଦର, ଡମ୍ବରୁଗଡ,

ବଢିଗାଁ ଆଦି ଅଂଚଳ ପରିଦର୍ଶନ କରି ରାସ୍ତା, ପାର୍କ, ବନ ସୁରକ୍ଷା ସମିତି ଗୃହ ଓ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ଆଦି ବୁଲି ଦେଖିଥିଲେ । ଆଜି ଦିନ ୧୧ଘଣ୍ଟା ସମୟରେ ଜିଲ୍ଲାପାଳ ପଣ୍ଡା ପରିଦର୍ଶନରେ ଆସି ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ।

ପରିଦର୍ଶନ ସମୟରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେରଙ୍କ ସମେତ ବୌଦ୍ଧ ବ୍ଲକ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।