ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଡ଼. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ।

ସମ୍ବଲପୁର :ତା-୧୪/୦୪(ବିଏମସି ଟିଭି ଓଡିଆ)

ବାବା ସାହେବ୍ ଡ଼. ଭୀମରାଓ ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ଆଜି ପୂର୍ବାହ୍ନରେ କୁଚିଣ୍ଡା ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ପାଳିତ ହୋଇ ଯାଇଛି । ସହରରେ ଥିବା ଡ଼ ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତିରେ ପରିଷଦର କର୍ମକର୍ତ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ପୂର୍ବ ବ୍ଲକ୍ ଅଧ୍ୟକ୍ଷ କରୁଣାକର କିସାନ , ବନମାଳୀ ନାମ ଦେଓ ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ଆଦିବାସୀ ଭବନରେ କରୁଣାକର କିସାନଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ ସମାରୋହରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ମୁଖ୍ୟ ଅତିଥି ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ତଫସିଲ ଭୁକ୍ତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଅଧିକାର ଓ ଦେଶ ପ୍ରତି ଅବଦାନକୁ ମନେ ପକାଇଥିଲେ । ଅନ୍ୟମାନଙ୍କ ଭିତରେ ଆମ ଆଦମୀ ପାର୍ଟି ନେତା ଲିପ୍ଟନ୍ କିଣ୍ଡୋ, କିଶାନ ସମାଜ ସଭାପତି ଶୋଭାରାମ ପ୍ରଧାନ ପ୍ରମୁଖ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ପଲ୍ଲବୀ ତାଣ୍ଡିଆ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସୁଶ୍ରୀ ଲିଜା ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ରିନୁ ପୃଷେଠ, ପୂଜା ଚାରଦିଆ, ସୁରମା ନାଏକ, ଚୂମକି ସୂନାନୀ ପ୍ରମୁଖ ସକ୍ରିୟ ଭୂମିକା ନେଇଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *