ଡ଼ଃ.ଶ୍ୟାମପ୍ରସାଦ ମୁଖାର୍ଜି ଙ୍କ ୭୩ତମ ବଳିଦାନ ଦିବସ ପାଳିତ।

ଗଞ୍ଜାମ ;ତା-୨୩/୦୬(ବିଏମସି ଟିଭି ଓଡ଼ିଆ)

ବିଶିଷ୍ଟ ରାଜନୀତିଜ୍ଞ ଜନସେବକ ଜନସଙ୍ଘର ସଂସ୍ଥାପକ ଡ଼ଃ. ଶ୍ୟାମପ୍ରସାଦ ମୁଖାର୍ଜି ଙ୍କ ୭୩ତମ ବଳିଦାନ ଦିବସ ସୋମବାର ସମାରୋହରେ ପାଳିତ ହୋଇଯାଇଛି ।
ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସ୍ମୁତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଡ଼ଃ. ମୁଖାର୍ଜି ଙ୍କ ସମାଜ ପ୍ରତି ଥିବା ଅସୀମ ତ୍ୟାଗ ନିଷ୍ଠାପର ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ବାରଆସୋସିଏସନ୍ ର ସଭାପତି ତଥା ଜିଲ୍ଲା ବିଜେପି ଲିଗାଲ୍ ସେଲ୍ ଅଧ୍ୟକ୍ଷା ଆଡଭୋକେଟ୍ ପ୍ରଦୀପ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି
ଡ଼ଃ. ମୁଖାର୍ଜି ଙ୍କ ଜୀବନଶୈଳୀ, ତାଙ୍କ ଆଦର୍ଶ ଜୀବନୀ ଓ ଜଣେ ଭାରତର ଜାତୀୟ ଶିକ୍ଷାବିତ ଭାବେ ତାଙ୍କର ମହାନ୍ ବ୍ୟକ୍ତିତ୍ଵର ପରିଚୟ ରହିଛି ବୋଲି ଦୃଷ୍ଟିପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଗଣ୍ୟମାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାହାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *