ସ୍ଵପ୍ନସାଗର କଳା ପରିଷଦ ପକ୍ଷରୁ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ଆଲୋଚନା : ଲାଗିଲା ୫୦ ଚାରା

ସମ୍ବଲପୁର:ତା.୨୨/୦୬(ବିଏମସିଟିଭି ଓଡିଆ)

କୁଚିଣ୍ଡା ବ୍ଲକର କିରା ଶାସନ ସ୍ଥିତ ମହାଦେବ ମନ୍ଦିର ଚାରିପଟେ ସ୍ଵପ୍ନେଶ୍ୱର କଳା ପରିଷଦର ସଭ୍ୟ ଓ ସାମାଜିକ କର୍ମୀମାନେ ଆଜି ପଚାଶଟି ଦେବଦାରୁ ଚାରା ଲଗାଇବା ସହ ଆଗାମୀ ଦିନରେ ପ୍ରତ୍ୟେକଙ୍କ ଜନ୍ମ ଦିନରେ ଏପରି ଚାରାରୋପଣ କରିବାକୁ ଶପଥ ନେଇଛନ୍ତି ।ଏହି ଉପଲକ୍ଷେ ପରିଷଦର ସଭାପତି ଅରୁଣ ପଟେଲଙ୍କ ସଭାପତିତ୍ୱରେ ପରିବେଶ ସନ୍ତୁଳନ ପାଇଁ ବନ ଓ ବନ୍ୟ ପ୍ରାଣୀର ସୁରକ୍ଷାର ଆବଶ୍ୟକତା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ପରିବେଶବିତ୍, ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପୁରାଣର ଉଦାହରଣ ଦେଇ ଉଭୟର ସଂରକ୍ଷଣ ହିଁ ବାସ୍ତବ ପୂଜା ବୋଲି କହିଥିଲେ। ଉଦ୍ୟାନବିତ୍ ରବୀନ୍ଦ୍ର କୁମାର ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବୃକ୍ଷ ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷାର ଆବଶ୍ୟକତା ଉପରେ ଚର୍ଚ୍ଚା କରିଥିଲେ ।ସ୍ଥାନୀୟ ସରପଞ୍ଚ ପଦ୍ମାବତୀ କିଶାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପ୍ରକୃତିବନ୍ଧୁ ସୁବାସ ନାୟକ ଓ ସରପଞ୍ଚ ପଦ୍ମାବତୀ ପ୍ରଧାନଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା।ପ୍ରାରମ୍ଭରେ ପରିଷଦର ସମ୍ପାଦକ ସୌକିତ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ ଆଲୋଚନା ଚକ୍ରକୁ ସଂଯୋଜନା କରିଥିଲେ ।ଶେଷରେ ଯୁଗ୍ମ ସମ୍ପାଦକ ଲକ୍ଷ୍ମୀ ନାରାୟଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ କଳାକାର ହୋମକାନ୍ତି ଲୁହା, ସାମାଜିକ କର୍ମୀ ସରୋଜ ମେହେର, ସମିନ ନାୟକ, ମୁରଲୀ ସହେନେତ, ରତ୍ନେଶ୍ୱର ମାକର, ରୂପାନନ୍ଦ ବାଘ, ମନିଷା ନାଏକ, ବନିତା ମାଝୀ, ସିମ୍ରନ୍ ମହାନନ୍ଦିଆ, ରୋଜା ନାଏକ, ଖୁସ୍‌ବୁ ଜଗଦଳା, ସୁଶ୍ରୀତା ପେଣ୍ଠେଇ, ଭୂମିକା ଭଞ୍ଜ, ନୀଳାଚଳ ମହାପାତ୍ର, ମୁନା ମହାପାତ୍ର, ସୁଶାନ୍ତ ନାୟକ, ଡମ୍ବରୁ ମେହେର ପ୍ରମୁଖ ବୃକ୍ଷ ରୋପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *