ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ବିଷମକଟକ ପୁରୁଣାପାଣି ପାନୀୟ ଜଳ ପ୍ରକଳ୍ପ ଯୋଜନା କୁ ପରିକ୍ରମା ସହ ତଦାରଖ ପାଇଁ ଆସିଥିଲେ ।

ରାୟଗଡ଼ା ; ତା-୨୬/୧୨(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜିଲ୍ଲା ବିଷମକଟକର ପୁରୁଣାପାଣି ଠାରେ ଆଜି ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ରାୟଗଡା ଜିଲ୍ଲା ର ଚଇତି କାର୍ଯ୍ୟକ୍ରମ ଗସ୍ତରେ ଆସି ଏହି ପୁରୁଣାପାଣି ମେଘା ପାନୀୟ ଜଳ ପ୍ରକଳ୍ପ ଯୋଜନା କୁ ପରିକ୍ରମା କରି ଏହାର ବିଭିନ୍ନ ସମସ୍ୟା ର ବ୍ୟବସ୍ତା ଭିତରେ ତଦାରଖ କରିଵା ପାଇଁ କହିଥିଲେ ଏବଂ ଏହି କାମ

ଯେମିତି ତୁରାନ୍ୱିତ ମାର୍ଚ୍ଚ ମାସ ମଧ୍ୟରେ ଓ ବର୍ଷ ଭିତରେ ଶୀଘ୍ର କାମ ହେବା ସହ ଏହି ଅଞ୍ଚଳ ର ସମସ୍ତ ଜନସାଧାରଣ ଙ୍କୁ ତୁରନ୍ତ ପାନୀୟ ଜଳ ଯେମିତି ଶୀଘ୍ର ବ୍ୟବସ୍ତା ରେ ପାଇବେ ବୋଲି  ମନ୍ତ୍ରୀ କହିଥିଲେ ।ଏହା ପରେ କୁଟ୍ରାଗଡ଼ ପଞ୍ଚାୟତ ର ମା ମାଣିକେଶ୍ବରୀ ମନ୍ଦିର କୁ ଯାଇ ମା ଙ୍କୁ ଦର୍ଶନ କରିଵା ସହ ପାନୀୟଜଳ ପ୍ରକଳ୍ପ ର

ବ୍ୟବସ୍ତା ଦେଖି ରାୟଗଡା ଜିଲ୍ଲା ଚଇତି କାର୍ଯ୍ୟକ୍ରମ ରେ ରାୟଗଡା ଫେରିଥିଲେ । ଏହି ପରିକ୍ରମା ରେ ବିଜେପି ଜିଲ୍ଲା ସଵାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ସହ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିବା ସହ ସମସ୍ତ ସରକାରୀ ପାନୀୟ ଜଳବିଭଗ କାର୍ଯ୍ୟକର୍ତା ମାନେ ଉପସ୍ଥିତ ହୋଇଥିଲେ ।

ରାୟଗଡା ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *