ନୟାଗଡ଼;ତା-୧୫/୦୫(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜ଼ିଲ୍ଲା ଗଣିଆ ତହସିଲ ଅଫିସ ରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ପାଣି ଟୋପାଏ ପିଇବା ପାଇଁ ଲୋକ ହେଉଛନ୍ତି ହନ୍ତସନ୍ତ । ସୂଚନା ଅନୁସାରେ ଗଣିଆ ତହସିଲ ଅଫିସ ଟି ଗଣିଆ ବ୍ଲକ ର ଆଠ ଗୋଟି ପଂଚାୟତ ନେଇ ଗଠିତ । ଗଣିଆ ତହସିଲ କୁ ପ୍ରତେକ ଦିନ ଶହ ଶହ ଲୋକ ମାନେ ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ବାର୍ଷିକ ଆୟ ପ୍ରମାଣ ପତ୍ର, ଲିଗାଲ ହେୟାର ରେଜେଷ୍ଟ୍ରି ଆଦି କାର୍ଯ୍ୟ କରିବା ପାଇଁ ଆସୁଛନ୍ତି । ଲୋକ ମାନେ ଖରାଦିନ ରେ ପାଣି ଟୋପାଏ ପାଇଁ ପାରୁନାହାନ୍ତି । ପାଖର ମଧ୍ୟ ଦୋକାନଟିଏ ନାହିଁ ଫଳରେ ଲୋକ ମାନେ କିଛି ଦୁରରେ ଥିବା ବଜାରରୁ ପାଣି ଆଣିଥାନ୍ତି। ଆଜକୁ ୧୫ଦିନ ହେଲା ପାଣି ମଟର ଟି ଖରାପ ହେବା ଯୋଗୁ ଅଫିସର କର୍ମଚାରୀ ଓ ଜନସାଧାରଣ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପାଣି ମଟର ଟି ଖରାପ ହେଲା ଦିନ ଠାରୁ ଗଣିଆ ତହସିଲ ଅଫିସ ତରଫରୁ ନୟାଗଡ ଜ଼ିଲ୍ଲା ଅଫିସ ସହିତ ଗଣିଆ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ଚିଠି ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଯାହା ଫଳରେ ଲୋକ ମାନଙ୍କ ଠାରୁ ଆରମ୍ଭ ଅଫିସ କର୍ମଚାରୀ ମାନେ ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅଫିସର ଙ୍କ କଥା ଶୁଣୁନାହାନ୍ତି ସରକାରୀ କର୍ମଚାରୀ ଯଦି ସାଧାରଣ ଲୋକଙ୍କ ଦୁଃଖ ବୁଝିବା ପାଇଁ କେତେ ଦିନ ସମୟ ଲାଗିବା ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ତୁରନ୍ତ ମଟର ଟି ମରାମତି କରି ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜନସାଧାରଣ ତରଫରୁ ଦାବି ହେଉଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।