ଜନ୍ତାରିଆ ରେ ପାନୀୟ ଜଳ ସମସ୍ୟା ଆସୁନି ପିଇବା ପାଣି,ଦୂଷିତ ଜଳ ପିୟୁଛନ୍ତି ଲୋକେ।

ନରସିଂହପୁର ;ତା-୨୧/୦୩(ବିଏମସି ଟିଭି ଓଡ଼ିଆ)

ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଜନ୍ତାରିଆ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ସୃଷ୍ଟି ହୋଇଛି। ପାଇପ୍ ଅଛି କିନ୍ତୁ ପାଣି ଆସୁନି, ନଳକୂପ ଅଛି କିନ୍ତୁ ସେଥିରୁ ବାହାରୁଛି ଦୂଷିତ ପାଣି ଯାହା ଫଳରେ ଦୂଷିତ ପାଣି ପିଇ ଲୋକମାନେ କିଡ଼ନୀ ରୋଗ ଆଦି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସୂଚନା ରୁ ପ୍ରକାଶ ଯେ ବଡଭୂଇଁ ପଞ୍ଚାୟତ ର ଜନ୍ତାରିଆ
ଗ୍ରାମର ୬ ନମ୍ବର ୱାର୍ଡରେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଉତ୍କଟ ପାନୀୟ ଜଳ ସଙ୍କଟ ସୃଷ୍ଟି ହୋଇଛି। ଏହି ଗ୍ରାମରେ ପ୍ରାୟ୪୦ ରୁ ୫୦ ପରିବାର ର ପ୍ରାୟ ୩ଶହ ରୁ ଅଧିକ ଲୋକ ବାସବାସ କରନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଗାଁ କୁ ଗ୍ରାମ୍ୟ ଜଳ ଯୋଗାଣ ପାନୀୟ ଜଳ ଆଜି ପର୍ଯ୍ୟନ୍ତ ଆସି ନାହିଁ। ଗ୍ରାମରେ ମାତ୍ର ଦୁଇଟି ନଳକୂପ ରହିଛି ଯାହା କି ଆବଶ୍ୟକୀୟ ପାନୀୟ ଜଳ ଯୋଗାଇ ପାରୁ ନାହିଁ। ଯେଉଁ ପାଣି ଆସୁଛି ତାହା ପାନୀୟ ଉପଯୋଗୀ ନୁହେଁ ନଳକୂପ ରୁ ଲୌହ ଗୁଣ୍ଡ ସହିତ ମାଟିଆ ରଙ୍ଗର ମଇଳା ପାଣି ବାହାରୁଛି।ବିକଳ୍ପ ପନ୍ଥା ନଥିବାରୁ ଲୋକମାନେ ବାଧ୍ୟ୍ୟ ହୋଇ କନାରେ ଛାଣି ପିୟୁଛନ୍ତି ଯାହା ଫଳରେ କିଡ଼ନୀ ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ. ଯାହା ଫଳରେ ବଢୁଛି ଅସନ୍ତୁଷ୍ଟ। ସେହିପରି ଯଦିଓ ମେଗା ପାନୀୟ ଜଳ ଯୋଗାଣ ପାଈପ୍ ଏଲ ଅଣ୍ଡ ଟି ପାଇପ୍ ଯାଇଛି। କିନ୍ତୁ କେତେକ ସ୍ଥାନରେ ପାଣି ଆସୁଥିବା ବେଳେ ଆଉ ଅନେକ ସ୍ଥାନ କୁ ପାଣି ଏପର୍ଯ୍ୟନ୍ତ ଆଦୌ ଆସିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ପୂର୍ବରୁ ଅଳ୍ପ କିଛି ଦିନ କିଛି ସ୍ଥାନରେ ପାଣି ଆସିଥିବା ବେଳେ ୧୫ ଦିନ ହେଲାଣି ମେଗା ପାନୀୟ ଜଳ ଯୋଗାଣ ପାଇପ୍ ପାଣି ଆଜି ପର୍ଯ୍ୟନ୍ତ ଆସୁନାହିଁ ଯାହା ଫଳରେ ଲୋକମାନେ ପିଇବାପାଣି ମୁନ୍ଦେ ପାଇଁ ଡହକ ବିକଳ ହେଉଛନ୍ତି। ତୁରନ୍ତ ମେଗା ପାନୀୟ ଜଳ ଯୋଗାଣ ଯୋଗାଇ ଦେବା ସହ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବୀ ହେଉଛି।

ନରସିଂହପୁର ରୁ ବିଶ୍ବନାଥ ଜେନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *