ସମ୍ବଲପୁର ;ତା-୨୭/୦୨ (ବିଏମସି ଟିଭି ଓଡିଆ)
ବରପାଲିର ବ୍ଲକ୍ର ସମସ୍ତ ଶିବ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଡ଼ି ସକାଳୁ ଭକ୍ତମାନଙ୍କ ଜନସମୁଦ୍ର ରାତ୍ର ପର୍ଯ୍ୟନ୍ତ ଲାଗିରହିଥିଲା । ବରପାଲି ବ୍ଲକ୍ର ପ୍ରସିଦ୍ଧ ଗ୍ରିଣ୍ଡୋଲା ଶିବ ମନ୍ଦିର ପରିସରରେ ଶିବରାତ୍ରୀ ମହୋତ୍ସବ ନୀତିକାନ୍ତି ପାଳନ ଅନୁସାରେ ସମାପନ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ପୂଜାକର୍ତ୍ତା ଭାବେ ସୁବାସ ଚନ୍ଦ୍ର ମେହେର ଏବଂ ଧର୍ମପତ୍ନୀ ଝରଣା ମେହେର କାର୍ଯ୍ଯଭାର ତୁଲାଇଥିଲେ। ପୂଜକ ଛବିଳ ଦେହୁରୀଙ୍କ ସମେତ ପ୍ରଶାନ୍ତ ମହାପାତ୍ର , ଗୋବର୍ଦ୍ଧନ ଦେହୁରୀ ପ୍ରମୁଖ ପୂଜନ କାର୍ଯ୍ଯରେ ସହାୟତା କରିଥିଲେ। ଅପରାହ୍ନରେ ନରେନ୍ଦ୍ର ବାହାକ ଓ ତାରା ବାହାକଙ୍କ ଦ୍ବାରା ରଙ୍ଗିନ କିର୍ତ୍ତନ୍ ପରିବେଷଣ ହୋଇଥିଲା। ସନ୍ଧ୍ୟା ସମୟରେ ସୋନପୁରର କଳାକାରମାନେ ଭକ୍ତି ଆରାଧନା ପ୍ରସ୍ତୁତ କରିଥିଲେ। ରାତ୍ର ସମୟରେ ମହିଳା ସଙ୍କୀର୍ତ୍ତନ ଦଳ ସୁନିତା ସାହୁ ଓ ସରିତା ଏବଂ ନିକିତାଙ୍କ ଦୁଇଟି ଦଳ ପ୍ରଦର୍ଶନ କରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମେହେର , ସଂପାଦକ ଚୈତନ୍ୟ ସାହୁ , ଶଙ୍କର ନାଗ, ଇନ୍ଦ୍ରଜିତ ସତପଥି , ପ୍ରେମାନନ୍ଦ ମେହେର , ଗୋବିନ୍ଦ ସାହୁ , ତ୍ରିଲୋଚନ ବାରିକ , ରଘୁନାଥ ସତପଥି ଏବଂ ଗ୍ରାମବାସୀ ତଥା ପଞ୍ଚାୟତ ବାସୀ ସମସ୍ତେ ପରିଚିଳନାରେ ସହଯୋଗ କରିଥିଲେ। ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।