ନୟାଗଡ ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଓ ବନ୍ୟଜନ୍ତୁ ସୁରକ୍ଷା ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରେ ପରିବେଶକୁ ପଲଥିନ୍ ମୁକ୍ତ କରିବା ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ ଦିଆଯାଇଥିଲା । ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନପାଳ, ବନରକ୍ଷୀ ଏବଂ ସ୍କାର୍ଡ଼ ଓ ଓ୍ବାଚର୍ ମାନେ ସାମିଲ୍ ହୋଇଥିଲେ। ଜଙ୍ଗଲ ରେ ନିଆଁ ଲାଗିଲେ ଏହାର ଭୟାବହାତା କେତେ ହେଉଛି ତା ର ନିରାକରଣ ଦିଗରେ ଲୋକଙ୍କୁ ସଚେତନ କରିବା ଓ ନିଜେ ସଚେତନ ରହିବା ଆଦି ଅନେକ ପ୍ରସଙ୍ଗ ରେ ଆଲୋକ ପାତ କରାଯାଇଥିଲା। ମାତ୍ର ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଏ କିନ୍ତୁ ଗ୍ରୀଷ୍ମ ସମୟରେ ଜଙ୍ଗଲ ରେ ନିଆଁ ଦେଖିଲେ ଆପଣ ଜାଣିପାରିବେ ଯେ ଏ ପ୍ରକାରର କାର୍ଯ୍ୟକ୍ରମ କେବଳ ଲୋକ ଦେଖାଣିଆ। ଏଭଳି କାର୍ଯ୍ୟକ୍ରମ କେବଳ କାଗଜ ପତ୍ର ପାଇଁ ବୋଧହୁଏ ଠିକ ଓ ଏହାର ଆଳରେ ସରକାର ଙ୍କ ଅର୍ଥ ଖର୍ଚ୍ଚ କରିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ। ନଚେତ ଯଦି ଠିକ ଭାବରେ କାର୍ଯ୍ୟକାରୀ କରାଯାଆନ୍ତା ତେବେ ଅନେକ ସୁଫଳ ମିଳନ୍ତା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।