ସମ୍ବଲପୁର ;ତା.-୧୫/୧୨(ବିଏମସି ଟିଭି ଓଡିଆ)
ବରପାଲି ହାଇସ୍କୁଲ ଖେଳପଡିଆ ପରିସରରେ ବରଗଡ଼ ଫିଜିକାଲ ଏକାଡେମୀ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଗଣଦୌଡ ଯୁବସମାଜ ସଦସ୍ଯ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରବିବାର ପ୍ରତ୍ୟୁଷରୁ ଏକାଡେମୀର ଶତାଧିକ ଯୁବ ସଦସ୍ୟ ସୁରେଶ କୁମାର ଦାଶଙ୍କ ନେତୃତ୍ୱରେ ନିଶାମୁକ୍ତ ଯୁବସମାଜ ଗଠନ ଉଦ୍ଦେଶ୍ୟ ନେଇ ବରଗଡ଼ରୁ ବାହାରିଥିଲେ। ବରପାଲି ହାଇସ୍କୁଲ ଖେଳ ପଡିଆରେ ଅଭିଯାନ ପହଞ୍ଚିଲା ପରେ ସ୍ଥାନୀୟ ଏଥିଲେଟିକ ଆସୋସିଏସନ୍ ପକ୍ଷରୁ ସ୍ବାଗତ ସହିତ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରପାଲି ଆଥଲେଟିକ୍ ଆସୋସିଏସନ ସଦସ୍ଯ ଉପଗୁପ୍ତ ତ୍ରିପାଠୀ, ସତ୍ୟ ନାରାୟଣ ପ୍ରଧାନ, ସୌରଭ ସାହୁ, ପ୍ରଶାନ୍ତ କୁମାର ବେହେରା, କିରଣ ମିଶ୍ର, ରାଜୁ ବେହେରା, ପ୍ରତାପ ମାନହେତନ, ଧୀରଜ ସାହୁ, ଦେବାଶିଷ ପଣ୍ଡା, ରୋଶନ ପଧାନ, ଟିନା ସା, ନିମାଇ ଥଇତ, ଗୋକୁଲ ଗହିର ପ୍ରମୁଖ କ୍ରିଡାବିତମାନେ ସମାରୋହରେ ସାମିଲ ହୋଇ ସହଯୋଗ କରିଥିଲେ। ଏହି ଅବସରରେ ଏକ ସଚେତନତା ବୈଠକ ଆୟୋଜିତ ହୋଇଥିଲା। ଗଣଦୌଡର ମୂଖ୍ଯ ଉଦ୍ଦେଶ୍ୟ ଆଧାରରେ ନିଶା ନିବାରଣରେ ଯୁବସମାଜର କର୍ତ୍ତବ୍ଯ, ସାମାଜିକ ବ୍ୟବସ୍ଥା, ସମାଜ ସୁଧାର, ଗଠନ ମୂଳକ ଚିନ୍ତାଧାର, ସ୍ବଚ୍ଛତା ବିଷୟକୁ ନେଇ ଆଲୋଚନା ହୋଇଥିଲା। ପରେ ମିଳିତ ଭାବରେ ନିଶାମୁକ୍ତ ଯୁବସମାଜ ଗଠନ ଉପରେ ମିଳିତ ସଙ୍କଳ୍ପ ପାଠ କରାଯାଇଥିଲା।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।