ନିଆଁ ରେ ପୋଡ଼ି ପାଉଁଶ ହୋଇଗଲାୟୁକାଲିପଟାସ ଆକାଶିଆ ଗଛ।

କେନ୍ଦୁଝର ;ତା-୧୩/୦୩(ବିଏମସି ଟିଭି ଓଡ଼ିଆ)

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ବାମ ମୁଣ୍ଡା ସାହିରେ ଆଜି ଦିନ ୧ ଟା ସମୟରେ କେହି ଜଣେ ଦୃର୍ବୁତ୍ତ ନିଆଁ ଲଗାଇ ଦେଇ ସେଠାରୁ ଚାଲିଯାଇଥିବା ସମୟରେ କେନ୍ଦୁଝର ରୁ କାମ ସାରି ଘରକୁ ଫେରୁଥିବା ସାମ୍ବାଦିକ ଦଶରଥ ବାରିକ୍ ନିଆଁ ଦେଖି ତୁରନ୍ତ ୧୧୨ ଅଗ୍ନି ଶମ ବାହିନୀ କୁ ଖବର ଦେଇଥିଲେ।

ପାଖରେ କୈାଣସି ଅଗ୍ନି ଶମ ନ ଥିବାବେଳେ ସଙ୍ଗେ ସଙ୍ଗେ ପାଟଣା ଫରେଷ୍ଟର କୁ ଖବର ଦେଇଥିଲେ। ଖବର ପାଇ ପାଟଣା ଫରେଷ୍ଟର କର୍ମଚାରୀ
ଅଟଳ ବିହାରୀ ସେଠୀ,ସଞ୍ଜୟ ମହାନ୍ତ ,କାର୍ତ୍ତିକ ମହାନ୍ତ, ମୁରଲୀଧର ମହାନ୍ତ, ଉମେଶ ମହାନ୍ତ, ଭାସ୍କକର ନାଏକ,
ପହଞ୍ଚି ନିଆଁ କୁ ଲିଭାଇ ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲେ।

ପୁଣିଥରେ ଦଶରଥ ବାରିକ୍ ୧୧୨ ନଂ ରେ କଲ କରିବାରୁ ସାହାରପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଏପରି ନିଆଁ ନ ଲଗାଇବା ପାଇଁ ପାଟଣା ଫରେଷ୍ଟର ଓ ଅଗ୍ନିଶମ ବାହିନୀ ସୂଚନା ଦେଇଛନ୍ତି।

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *