ବିଷମକଟ :- ତା – ୧୩/୦୬/୨୫ (ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ରେ ଆଜି ଜିଲାପାଳ ଭ୍ରମଣ କରି ପ୍ରଥମେ ରଥଯାତ୍ରା ପାଇଁ ରଥ ନିର୍ମାଣ ଉପରେ ଧ୍ୟାନ ଦେଇ ଦୋଳ ମଣ୍ଡପ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ର ଡ୍ରେନ କାମ ଦେଖି ଜିଲ୍ଲାପାଳ ବିଡ଼ିଓ ଙ୍କୁ କହିଲେ ଲୋକଙ୍କ ଘର ଥିବାପଟେ ଡ୍ରେନ କରନ୍ତୁ । ବିଷମକଟକର ବିଭିନ୍ନ ସମସ୍ୟା ର ଅଭିଯୋଗ ହେଉଛି ପାନୀୟ ଜଳ ଓ ସାହି ଗୁଡିକ ର ଡ୍ରେନ ସଫା କାର୍ଯ୍ୟ ଉପରେ କାମ କରାନ୍ତୁ ଏବଂ ଲୋକଙ୍କ ବିଭିନ୍ନ ସମସ୍ୟା ର କାମ କରିବା ଉପରେ ବିଡ଼ିଓ ଙ୍କୁ କହିଥିଲେ ସରକାର ଲୋକଙ୍କୁ ଦେଇଥିବା ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ କାର୍ଯ୍ୟ ଗୁଡିକୁ ବୁଲି ବୁଲି ଦେଖିଥିଲେ ଜିଲ୍ଲାପାଳ । ଜିଲ୍ଲାପାଳ ଙ୍କୁ ବିଷମକଟକ ଗ୍ରାମବାସୀ ମାନେ ସମସ୍ତ ସମସ୍ୟା ଉପରେ ଅଭିଯୋଗ ଗୁଡିକ ଜଣାଇଥିଵା ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଜିଲ୍ଲାପାଳ ଙ୍କୁ ଗ୍ରାମ ବାସି ଜଣାଇ ଥିବା ଅଭିଯୋଗର କାର୍ଯ୍ୟାରେଖାରୂପ ଗୁଡିକୁ ବିଷମକଟକ ବିଡ଼ିଓ କେତେ ଦୂର ଲୋକଙ୍କ ସେବାରେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା ।
ବିଷମକଟକ ରୁ ଶିବ ପ୍ରସାଦ ପାଢୀ ଙ୍କ ରିପୋର୍ଟ ବିଏମସି ଟିଭି ଓଡିଶା ।