ସମ୍ବଲପୁର ; ତା-୧୦/୧୨(ବିଏମ୍ସି ଟିଭି ଓଡ଼ିଆ)
ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପରିଚାଳିତ ନର୍ସିଂ କଲେଜର ଶେଷ ବର୍ଷ ଛାତ୍ରୀ ମାନଙ୍କ ବିଦାୟ ଉପଲକ୍ଷେ ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ଯୋଗଦେଇ ଛାତ୍ରୀମାନଙ୍କ ଶୁଭ କାମନା କରିଥିଲେ । ଶେଷରେ ଅଧ୍ୟକ୍ଷ ଶିଲକି ମହକୁଲ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଛାତ୍ରୀମାନଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରାଯାଇ ଥିଲା।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।