ସେଞ୍ଚୁରିଅନରେ ଡିପ୍ଲୋମା ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ ।

ରାୟଗଡ଼ା ;ତା-୦୭/୦୩(ବିଏମସି ଟିଭି ଓଡ଼ିଆ)

ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଫାର୍ମାସୀ ବିଭାଗର ଅନ୍ତିମ ବର୍ଷର ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର ଓ ନର୍ସିଂ ଅଧ୍ୟକ୍ଷ ଶ୍ରୀମତି କେ.ଉର୍ମିଳା, ପ୍ରଧ୍ୟାପକ ଡ଼ଃ ଗୋପାଳ କ୍ରିଷ୍ଣା ପାଢୀ ପ୍ରମୁଖ ମଞ୍ଚସିନ ଥିଲେ ।

ଏହି ବିଦାୟ କାଳୀନ ସମାରୋହରେ ଫାର୍ମାସୀ ବିଭାଗ ପ୍ରଥମ ବର୍ଷାରେ ଅଧ୍ୟୟନରତ ଡିପ୍ଲୋମା ଛାତ୍ରଛାତ୍ରୀମାନେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ଦେଇଥିଲେ। ଏହି ଅବସରରେ ମଞ୍ଚସିନ ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ଅଗୋକୁ ବାଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ। ଛାତ୍ରଛାତ୍ରୀ ମାନେ କିଭଳି ଭାବେ ଚାକିରି କରି ନିଜେ ଆତ୍ମ ନିର୍ଭରଶୀଳ ହେବେ ସେ ସମ୍ପର୍କରେ ଦିଗ୍ଦର୍ଷଣ ପ୍ରଦାନ କରିଥଲେ।

ସେହିପରି ସମସ୍ତ ଛାତ୍ରଛାତ୍ରୀମାନେ ନାଚ ଗୀତର ଆସୋରରେ ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ନିଜ ସାଙ୍ଗସାଥୀଙ୍କ ମେଳରେ ବିତେଇଥିବା ପ୍ରତିଟି ମୁହର୍ତ୍ତକୁ ମନେପକାଇ ଭାବପ୍ରବଣ ହୋଇଥିଲେ। ଏଥିରେ ପ୍ରାୟ ୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *