ଶ୍ରୀଦେବୀ ହାଇସ୍କୁଲର ବିଜ୍ଞାନ ଗଣିତ ଶିକ୍ଷକ ରଞ୍ଜନ କୁମାର ମହାନ୍ତି ଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା।

ଫୁଲବାଣୀ ; ତା-୦୮/୦୧ (ବିଏମସି ଟିଭି ଓଡ଼ିଆ)

କନ୍ଧମାଳ ଜିଲ୍ଲାର ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ତତ୍କାଳୀନ ଫୁଲବାଣୀ ଜିଲ୍ଲାର ପ୍ରଥମ ଜିଲ୍ଲା ହେଡ଼ କୁ୍ୱାଟର ଭାବେ ପରିଚିତ ବିଶିପଡା ଗ୍ରାମ ପଂଚାୟତ ସ୍ଥିତ ଶ୍ରୀଦେବୀ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଓ ଗଣିତ ବିଭାଗର ବରିଷ୍ଠ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ମହାନ୍ତି ସରକାର ଙ୍କର ନିୟମ ପ୍ରକାରେ ଗତ ୩୧ ଡିସେମ୍ବର ୨୦୨୪ରେ ଅବସର ଗ୍ରହଣ କରିଯାଇଛନ୍ତି । ହେଲେ ଆଜି ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀ ସୁକାନ୍ତ କୁମାର ବେହେରା ଓ ଆମ ସ୍କୁଲ ଅଭିଯାନ କମିଟି ର ସଭାପତି ଶ୍ରୀ ରଂଜିତ କୁମାର ବେହେରା ଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସର ମଧ୍ୟରେ ସମସ୍ତ ଛାତ୍ର ଛାତ୍ରୀ,ପୁରାତନ ଛାତ୍ର ଛାତ୍ରୀ, ତଥା ଅଭିଭାବକ ମଣ୍ଡଳୀ, ସମେତ ଶିକ୍ଷାନୁଷ୍ଠାନର ଇଁରାଜୀ ଓ ଇତିହାସ ବିଭାଗର ବରିଷ୍ଠ ଶିକ୍ଷକ ଶ୍ରୀ ଚତୁର୍ଭୁଜ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ , ବିଜ୍ଞାନ ବିଭାଗର ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏବଂ ସଂସ୍କୃତ ବିଭାଗର ଶିକ୍ଷକ ଶ୍ରୀ ରଞ୍ଜନ କୁମାର ମିଶ୍ର ଙ୍କ ଉପସ୍ଥିତି ରେ ଏକ ଦୁଖଃଦ ପୂର୍ଣ୍ଣ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ସୂଚନା ପ୍ରକାରେ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟରେ ଅତି ସ୍ୱଳ୍ପ ବେତନ ଭୋଗୀ ଭାବେ ଶ୍ରୀ ରଞ୍ଜନ କୁମାର ମହାନ୍ତି ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିଲେ , ଓ ସେହି ଦିନଠାରୁ ବିଦ୍ୟାଳୟ ର ଉର୍ନ୍ନତି ସମେତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଶିକ୍ଷାଦାନ କରିବାରେ କେବେ ହେଲେ ମଧ୍ୟ୍ୟ କୌଣସି ଅବହେଳା ପ୍ରଦର୍ଶନ କରିନହାନ୍ତି କି ତାଙ୍କର ଦାୟିତ୍ୱ ତୁଲାଇବାରେ କୌଣସି ତ୍ରୁଟି ରଖିଯାଇ ନାହାନ୍ତି, ସେ ଜଣେ ଉଚ୍ଚ କୋଟିର ଅଭିଜ୍ଞ ତଥା ବିଜ୍ଞାନ ଗଣିତ ବିଭାଗର ବରିଷ୍ଠ ଶିକ୍ଷକ ଭାବେ ନିଷ୍ଠାର ସହିତ ତାଙ୍କର ଦାୟିତ୍ୱ ତୁଲାଇ ଆସିଛନ୍ତି ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ଅଭିଭାବକ ମଣ୍ଡଳୀ, ଗ୍ରାମବାସୀ ଙ୍କର ହୃଦୟ ଜୟ କରିବାରେ ସକ୍ଷମ ହୋଇପାରିଥିଲେ, ଯାହାକି ଆଜି ତାଙ୍କର ବିଦାୟୀ କାଳୀନ ସଭାରେ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ସନମାନ ପ୍ରତିଫଳନ ହୋଇଥିଲା ଓ ଶ୍ରୀ ମହାନ୍ତି ସମସ୍ତଙ୍କର ଶ୍ରଦ୍ଧା ଭାଜନ ହୋଇପାରିଥିବା ଦେଖିବାକୁ ମିଳିଥିଲା ।

ସରକାର ତଥା ଶିକ୍ଷା ବିଭାଗର ନିୟମ ପ୍ରକାରେ ଜଣେ ନିଯୁକ୍ତି ପାଇଲା ପରେ ଦିନେ ଚାକିରିରୁ ନିଶ୍ଚିତ ଅବସର ଗ୍ରହଣ କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, ହେଲେ ବର୍ତ୍ତମାନ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣକ ପରେ ଜଣେ ଶିକ୍ଷକ ଅବସର ଗ୍ରହଣ କରିବାରେ ଲାଗିଛନ୍ତି, ଯାହାକି ବିଦ୍ୟାଳୟ ଓ ଛାତ୍ର ଛାତ୍ରୀମାନଙ୍କ ମନୋବଳ କୁ ଦୁର୍ବଳ କରିବାରେ ଲାଗିଛି, ଆଗକୁ ପିଲାଙ୍କର ବାର୍ଷିକ ପରୀକ୍ଷା ରହିଥିବା ବେଳେ କିଭଳି ଶିକ୍ଷାଦାନ କରାଯାଇ ପାରିବ ତାହା ହିଁ ବର୍ତ୍ତମାନ ଚିନ୍ତାର ବିଷୟ ଅଟେ,ତେଣୁ ଜିଲ୍ଲା ଶିକ୍ଷାଧିକାରୀ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଖାଳିପଡିଥିବା ପଦବୀ ଗୁଡିକରେ ଶିକ୍ଷକ ନିଯୁକ୍ତି କଲେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନେ ଶିକ୍ଷାଦାନ କ୍ଷେତ୍ରରେ ଲାଭବାନ ହୋଇପାରିବେ ବୋଲି ଉପସ୍ଥିତି ଥିବା ବୁଦ୍ଧିଜୀବୀ ଅଭିଭାବକ ମଣ୍ଡଳୀ ନିଜନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।  ଶେଷରେ ଅବସର ଗ୍ରହଣ କରିଥିବା ବରିଷ୍ଠ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ମହାନ୍ତିଙ୍କୁ ଛାତ୍ର ଛତ୍ରୀ ସମେତ ସମସ୍ତେ ବିଭିର୍ଣ୍ଣ ପ୍ରକାର ଉପହାର ପ୍ରଦାନ କରି ଅଶ୍ରୁଳ ପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାର ଦେଖିବାକୁ ମିଳିଥିଲା । ଶ୍ରୀ ମହାନ୍ତି ବାବୁଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସମୟରେ ସମସ୍ତେ ଭାବ ବିହ୍ଵଳ ହୋଇପଡ଼ିଥିଲେ ।

ଆଜିର ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭାରେ ସନମାନୀତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ବରିଷ୍ଠ ସଦସ୍ୟ ଶ୍ରୀ ମୃତ୍ୟଞ୍ଜୟ ସାହାଣୀ, ଶ୍ରୀ କେଦାର ସାହାଣୀ, ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଆଦିକନ୍ଦ ସାହାଣୀ , ଭଗବାନ ସାହୁ ପୂର୍ବତନ ଖେଳ ଶିକ୍ଷକ ଶ୍ରୀ ଅଭିମନ୍ୟୁ ସ୍ୱାଇଁ,  ଚିତ୍ତରଞ୍ଜନ ସାହାଣୀ ସମେତ ଅନ୍ୟ ସମସ୍ତ ଅଭିଭାବକ ମଣ୍ଡଳୀ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଚତୁର୍ଭୁଜ ବେହେରା ସଭାରେ ପୌରହିତ୍ୟ କରିବା ସହିତ ଆଜିର ଦୁଖଦଃ ପୂର୍ଣ୍ଣ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭାକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ।

କନ୍ଧମାଳ  ଜିଲ୍ଲା ଫୁଲବାଣୀରୁ  କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା ।

Leave a Reply

Your email address will not be published. Required fields are marked *