ମଧ୍ୟଖଣ୍ଡ ସମବାୟ ସମିତି କୁ କଳା ତାଲିକା ଭୁକ୍ତ ର ପ୍ରତିବାଦ ସ୍ୱରୂପ ଚାଷୀଙ୍କ ଲିଖିତ ଅଭିଯୋଗ ।ମଧ୍ଯଖଣ୍ଡ ଚାଷୀ ଙ୍କ ଦୁଃଖ ବୁଝୁଛି କିଏ?



ଦଶପଲ୍ଲା :-୦୭/୦୬/୨୫ (ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଞ୍ଚାୟତ ରେ ଥିବା ମଧ୍ଯଖଣ୍ଡ ସେବା ସମବାୟ ସମିତି ଆଜି ଅବହେଳିତ ଅବସ୍ଥାରେ ପଡି ରହିଛି। କେତେକ କୁ ଚକ୍ରୀ ଗୋଷ୍ଠୀ ନିଜ ସ୍ୱାର୍ଥ ପାଇଁ ମଧ୍ଯଖଣ୍ଡ ସମବାୟ ସମିତି କୁ ଜାଣି ଶୁଣି ବ୍ଲାକ ଲିଷ୍ଟ ରେ ରଖି  କାଗଜ ପତ୍ର ତ୍ରୁଟି ଦର୍ଶାଇ ଏହି ଧାନ କିଣାବିକା କୁ ଘୋଳାହାଣ୍ଡି ସମବାୟ ସମିତି ଅଧୀନକୁ କରିନେଇଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହି ଭୁଲ ନିଷ୍ପତ୍ତି ଲାଗି ମଧ୍ୟଖଣ୍ଡ ସମବାୟ ସମିତି ବର୍ଷକୁ ପ୍ରାୟ ଛଅ ଲକ୍ଷ୍ୟ ଟଙ୍କାର ଆୟ ହରାଉଛି ଅର୍ଥାତ ସାତ ବର୍ଷରେ ୪୨ ଲକ୍ଷ୍ୟ ଟଙ୍କା ମଧ୍ଯଖଣ୍ଡ ସମବାୟ ହରାଉଛି ବୋଲି ଆଲୋଚନା ହେଉଛି। ତେବେ ଏଥିପାଇଁ ଜନୈକ ସମ୍ପାଦକ ଦାୟୀ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି। ନିଜ ପକେଟ ଗରମ କରିବାକୁ ଯାଇ ଚାଷୀ ଙ୍କ ସ୍ୱାର୍ଥ କୁ ଏଠି ତଳି ତଳାନ୍ତ କରାଯାଉଛି। ଧାନ ଦେବାକୁ ହେଲେ ମଧ୍ୟଖଣ୍ଡ ଚାଷୀଟିଏ ଘୋଳାହାଣ୍ଡି ଯିବାକୁ ପଡୁଛି। ପରିବହନ କରିବା ଖର୍ଚ୍ଚ ଚାଷୀ ଙ୍କ ଉପରେ ପଡୁଛି, ଖରା ବର୍ଷା ର ସହ ଦିନ ତମାମ ଧାନ ମଣ୍ଡି ରେ ଧାନ ଜଗି ରହିବାକୁ ପଡୁଛି। ତେବେ  ଆସନ୍ତା ବର୍ଷ ଏହି ଧାନ ମଣ୍ଡି କୁ ମଧ୍ୟଖଣ୍ଡ ସମବାୟ ସମିତି ଅଧୀନକୁ ଆଣିବାକୁ ଚାଷୀ ମାନେ ଲିଖିତ ଭାବେ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ତେବେ ଏଥିପାଇଁ  କୌଣସି ଜନ ପ୍ରତିନିଧି ଙ୍କ ଦୃଷ୍ଟି ନ ପଡିବା ଅବା କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଚାଷୀ ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିବା ଶୁଣାଯାଉଛି। କେବଳ ଭୋଟ ସମୟରେ ନେତା ଙ୍କ ଦେଖା ମାତ୍ର ଚାଷୀ ଙ୍କ ଦୁଃଖ ବୁଝୁଛି କିଏ ବୋଲି ଆଲୋଚନା ହେଉଛି। ଗତ ବିଜେଡି ସରକାର ଅମଳରେ ଏ କଳା ତାଲିକା ଭୁକ୍ତ ହୋଇଥିଲେ ମଧ୍ୟ ଚାଷୀ ଙ୍କ ସ୍ୱାର୍ଥ ଜଳାଞ୍ଜଳି ଦେଇ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କେବଳ ଭୋଟ ରାଜନୀତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଦେଖାଯାଉ ନୂତନ ସରକାର ତଥା ମୋହନ ସରକାର କେବେ ଚାଷୀ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି କେତେ ଶୀଘ୍ର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *