ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩୦ଫୁଟ୍ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍।

ନୟାଗଡ ; ତା-୨୬/୧୨(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ଥାନା ନିକଟରେ ୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ ,ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି ଚାଳକ। ଟ୍ରକ୍ ଟି ବିଶାଖା ପାଟଣା ରୁ ସିମେଣ୍ଟ ନେଇ ସୁନ୍ଦରଗଡ଼ ଯାଉଥିବା ବେଳେ ଦଶପଲ୍ଲା ଥାନା ବାରିହାପିଟା ଗ୍ରାମ ନିକଟ ରେ ଥିବା ଏକ କଲଭଟ ର ୩୦ଫୁଟ୍ ତଳକୁ ଖସି ପଡିଥିବା ବେଳେ ଚାଳକ ଜଣଙ୍କ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିବା ବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କଟର ସାହାଯ୍ୟ ରେ କାଟି ଚାଳକ ଙ୍କ ମୃତ ଶରୀର କୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଚାଳକ ଜଣଙ୍କ ଝାଡ଼ଖଣ୍ଡ ରାଜ୍ୟ କୋଡରମା ଜିଲ୍ଲା ଜିଲୋଡ଼ି ଗ୍ରାମର ବୋନେଷନ୍ ଖାଁ ବୋଲି ଜଣା ପଡ଼ିଥିବା ବେଳେ , ଘଟଣା ସ୍ଥଳ ରେ ଦଶପଲ୍ଲା ପୋଲିସ ପହଞ୍ଚି କେଉଁ ପରିସ୍ଥିତି ରେ ଏତେ ବଡ଼ ଦୁର୍ଘଟଣା ଘଟିଲା ସେବିଷୟରେ ତଦନ୍ତ ଚଳାଇଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *