ରାୟଗଡ଼ା ;ତା-୦୬/୦୭(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା ଅନ୍ତର୍ଗତ କୋଳନରା ବ୍ଲକ ଗୁନାଖାଲ ଛକ ଠାରେ ଏକ ଅଭାବନ୍ୟ ଦୁର୍ଘଟଣା ଘଟିଯାଇଛି । ଆଜି ସକାଳ ସମୟ 10ଘଣ୍ଟା ରେ କୋଳନରା ବ୍ଲକ ଖେଦାପଡ଼ା ପଞ୍ଚାୟତ ର ଖେଦାପଡ଼ା ଗ୍ରାମର ନାମ:ଲାବଣ୍ୟ ଗାଣ୍ଟାବୟସ ,24ପିତା -ବୃନ୍ଦା ଗାଣ୍ଟା । ଲାବଣ୍ୟ ଗଣ୍ଟା ଆଜକୁ ପ୍ରାୟ ୨ ବର୍ଷ ହେବ ରାୟଗଡା ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ ।ଏବଂ ଆଜି ସକାଳେ ତାଙ୍କ ଘରରୁ ଖେଦାପଡ଼ା ରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବାହୁଡା଼ ରଥ ଯାତ୍ରା ହୋଉଥିବା ହେତୁ ଡିଉଟି ଯାଉଥିବା ବେଳେ ଥେରବାଲୀ ନିକଟସ୍ଥ ଗୁନାଖାଳ ଛକ ନିକଟରେ ଦୁର୍ଘଟଣା ଘଟିଛି । ଲାବଣ୍ୟ ତାଙ୍କେ ସ୍କୁଟି ଯୋଗେ ଯାଉଥିବା ସମୟରେ ତାଙ୍କୁ ଏକ ବାଇକ ଅଳ୍ପକେ ଧକା ଦେଇଥିଲା। ବାଇକ ଚାଳକ ଦୁହେଁ ବିଷମକଟକ ବ୍ଲକ ଭେଥିଆପଡା ପଞ୍ଚୟତା ମୁନିଗାଁ ଗ୍ରାମର ।ସେମାନେ ହେଲେ ସୁବରାଅ କଡ଼ରକା ବୟସ 40 କାନ୍ତାରାଓ କଡ଼ରକା ଓ ବୟସ 40 ଏମାନେ ଦୁଇ ଜନ ଅଳ୍ପକେ ବର୍ତଯାଇଛନ୍ତି ଯାଦ୍ଵାରା ଲାବଣ୍ୟ ପାର୍ଶ୍ୱରେ ଥିବା ଏକ ହମ୍ପସ ଥିବାରୁ ବ୍ରେକ ମାରିଥିଲେ ଯାହାଦ୍ଵାରା ଗାଡି ସ୍ଲୋ ହୋଇଗଲା ।ୟା ପରେ ତାଙ୍କ ପଛ ଆଡୁ ଆସୁଥିବା ଏକ ଟ୍ରଲର ତାଙ୍କ ଉପରେ ଚଡି ଯାଇଥିଲା ଯାଦ୍ବାରା କି ଲାବଣ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ନିକଟ ରେ ଥିବା ଥେରୁବାଲି ଫାଣ୍ଡି ର ସବ ଇନ୍ସ୍ପେକଟର ଘଟଣା ସ୍ଥଳ ରେ ପହଂଚି ଲାବଣ୍ୟ ର ଶବକୁ ମୁଖ୍ୟ ମେଡିକାଲ ରାୟଗଡା କୁ ସ୍ଥାନାନ୍ତର କରିଦେଇଥିଲେ ସବ ର ବ୍ୟବଛେଦ ପାଇଁ । ଏବଂ ତାଙ୍କ ସଙ୍ଗେ ସଙ୍ଗେ ସେହି ବାଇକ ରୁ ପଡିଯାଇଥିବା କାନ୍ତାରାଓ ଓ଼ ସୁବରାଅ ଙ୍କୁ ମଧ୍ୟ ରାୟଗଡା ମେଡିକାଲ ନିଆଯାଇଛି ସେମାନେ ସେଇଠି ଚିକିଛା ହୋଉଛନ୍ତି ।ଏହି ଘଟଣା କୁ ନେଇ ସ୍ତାନ୍ଯ ବାସିନ୍ଧା ଙ୍କ ମୁହଁରେ ଶୋକର ଛାୟା ଦେଖିବାକୁ ମିଳିଛି ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।