ସଡକ ଦୁର୍ଘଟଣାରେ ପାଞ୍ଚ ଆହତ, ଜଣେ ଗୁରୁତର।


ସମ୍ବଲପୁର :ତା.୦୬/୦୩(ବିଏମସି ଟିଭି ଓଡିଆ)

ବରପାଲିରେ ଏକ ସଡ଼କ ଦୁର୍ଘଟଣା ରେ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ପଠାଇ ଦିଆଯାଇଛି । ଗୁରୁବାର ଅପରାହ୍ନ ପ୍ରାୟ ୪ ଟା ବେଳେ ବରପାଲି ସୋହେଲା ରାସ୍ତା ଉପରେ ଶିରିଡି ସାଇ ମନ୍ଦିର ନିକଟରେ ଓଡ଼ି ୧୭ ୱର୍ବ୍ଲୁ ୯୩୭୪ ଏକ କାର ବରପାଲି ପଟୁ ସୋହେଲା ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଲାଗିବାରୁ ଗାଡ଼ିରେ ଥିବା ଧାନବସା ଗ୍ରାମର ଦିଲ୍ଲୀପ ମେହେର(୪୬), ଗାଡ଼ି ମାଲିକ ପଞ୍ଚା ମେହେର ଯିଏ କି ଗାଡ଼ି ଚଳାଉ ଥିଲେ, ଟାମ୍ପର୍ସରାର ଯାଦବ ମେହେର (୪୦), ଲଲିତ ମେହେର (୪୫), ତୁଳସିଧର ମେହେର (୩୫)  ସମସ୍ତେ ଆହତ ହୋଇଥିବା ବେଳେ ଯାଦବ ମେହେରଙ୍କ ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନା ପଠାଇ ଦିଆଯାଇଛି। ଏମାନେ ସମସ୍ତେ ବରପାଲି ନିକଟସ୍ଥ କଦଳୀପାଲିକୁ ଏକ ବାହାଘର କାର୍ଯକ୍ରମରେ ଯୋଗ ଦେବାପାଇଁ ଆସିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜନସାଧାରଣଙ୍କ ସହାୟତା ରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *