ମଦ ବିକ୍ରି କରିବା ପାଇଁ ବାଧ୍ୟ କରିବା ସହ ପୋଲିସ ର ଦବଙ୍ଗ ଗିରି ନେଇ ତୀବ୍ର ଉତ୍ତେଜନା,କାର୍ଯ୍ୟାନୁଷ୍ଠାନ ଦାବି।

ବଲାଙ୍ଗୀର ;ତା-୦୧/୦୪(ବିଏମସି ଟିଭି ଓଡ଼ିଆ)

ପିଲିମଷ୍ଟାଇଲ ରେ ଅଭିଯୁକ୍ତା ମହିଳା ଙ୍କ ବଦଳ ରେ ଭଦ୍ର ମହିଳା ଙ୍କ ଭିଡିଓ ସୁଟ କରିଦେଇ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବଦଳ ରେ ପୋଲିସ ଚଢ଼ାଉ ଓ ଲାଞ୍ଚ ର ପରଦା ଫାସ ହୋଇଛି ।ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଥାନା ର ମଣ୍ଟୁ ଛୁ ନାମକ କନେଷ୍ଟବଲ ବା ଟାଉନ ହାବିଲଦାର ଦିର୍ଘ୍ ବର୍ଷ ଧରି ଏହି ଥାନା ରେ କାର୍ଯ୍ୟରତ ଥିବା ବେଳେ ଦୁଇ ବର୍ଷ ତଳେ ଏକ ସଟ୍ଟା ଏଜେଣ୍ଟ ଙ୍କ ନିକଟ ରେ ତିନି ମାସ ହେଲା ପୁରୀ ରଥଯାତ୍ରା କୁ ଡିଉଟି ରେ ଯାଇ ଫେରିଛି କହି ମୋଟା ଅଙ୍କ ର ଅର୍ଥ ଆଦାୟ ଭିଡିଓ ବେଶ୍ ଭାଇରାଲ ହୋଇ ଥିଲା । ଏପରିକି ଉକ୍ତ ସମୟ ର ବିଧାୟିକା ଙ୍କୁ ହାତ କରି ମୋଟା ଅଙ୍କ ଦେଇ ବଦଳି ବାତିଲ କରି ପାରି ଥିଲେ । ପୂର୍ବତନ ଥାନା ଅଧିକାରୀ ମନୋଜ ମହାନ୍ତି ଯୋଗ କରିବା ପରେ ମାମଲା ରୁଜୁ ନ କରି ଲାଞ୍ଚ କାରବାର ଆରମ୍ଭ ହୋଇଥିଲା । ଏହି ଥାନା ରେ ଦକ୍ଷ ଅଧିକାରୀ ନ ଆସିବା ଯୋଗୁଁ ଦୁର୍ନୀତି ବୃଦ୍ଧି ପାଉଥିବା ବେଳେ ମାଓବାଦୀ ଙ୍କୁ ଏନ୍ କାଉଣ୍ଟର କାର୍ଯ୍ୟ କରିବା ଭଳି ଜଣେ ଅଧିକାରୀ ଅବନୀ ସାହୁ ଙ୍କୁ ନିଯୁକ୍ତ କରାଗଲା । ଏ ନେଇ ଟିଟିଲାଗଡ ସଚେତନ ନାଗରିକ କମିଟି ତରଫ ରୁ ଲିଖିତ ଦାବି ପରେ ପୋଲିସ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର ଏହି ଅତିରିକ୍ତ ଆରକ୍ଷୀ ଅଧିକ୍ଷକା ଯୋଗ ଦେଇ ଥିଲେ । ଅତୀତରେ ଥାନା ରୁ ପାଟଣାଗଡ଼ ପାର୍ଶଲ୍ ବୋମା ଘଟଣା ର ଜଣେ ଅଭିଯୁକ୍ତ ଥାନା ରୁ ଚମ୍ପଟ ମାରିବା ନଜିର ରହିଛି । କଟକ ଡିଜିପି ଙ୍କ ନିକଟ ରେ ସଚେତନ ନାଗରିକ କମିଟି ତରଫ ରୁ ସାକ୍ଷାତ ଓ ଲିଖିତ ଆବେଦନ ପରେ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତୀ କୁମ୍ଭାର ଓ ଥାନା ଅଧିକାରୀ ଅବନୀ ସାହୁ ଯୋଗ ଦେବା ସହ ଶିଶୁ ବିକ୍ରୀ ଭଳି ଗୁରୁତର ଘଟଣା ସହ ରାଜ୍ୟ ଓ ରାଜ୍ୟ ବାହାର ଅଭିଯୁକ୍ତ ଙ୍କୁ ଠାବ କରି ପାରିଥିଲେ । ହେଲେ ତାଙ୍କ ବଦଳି ପରେ ପୋଲିସ ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବର୍ତ୍ତମାନ୍ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ଯାଇଛି ବୋଲି ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଅଭିଯୋଗ ଆଧାର ସହ ଟିଟିଲାଗଡ ର ବସଷ୍ଟାଣ୍ଡ ନିକଟ ରେ ଥିବା ଏକ ଟ୍ରେଡର୍ସ ମାଲିକ ଜଣେ ମୃତ ବ୍ୟକ୍ତି ଙ୍କ ନାଆଁ ରେ ବ୍ଲାଷ୍ଟିଂ ସାମଗ୍ରୀ ଚୋରା ରେ ଆଣିବା ଓ ମୁନିଗୁଡା କୁ ମାଓବାଦୀ ଙ୍କୁ ପହଞ୍ଚାଇବା ଥାନା ରେ ଲିଖିତ ଆବେଦନ ଦାଖଲ ସତ୍ତ୍ୱେ ଉକ୍ତ ଥାନା ଅଧିକାରି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ବର୍ତ୍ତମାନ୍ ସୁଦ୍ଧା ତାହା ଚାଲିଥିବା ବେଳେ ସେ ଦିଗରେ ତଥା ବିଭିନ୍ନ ଥାନା ଅଞ୍ଚଳ ର ବେଆଇନ୍ ମଦ, ଗଞ୍ଜେଇ, ଜୁଆ ମାଫିଆ ଙ୍କ ନିକଟ ରୁ ଏହି ଟାଉନ ହାବିଲଦାର ମଣ୍ଟୁ ଛୁରିଆ ଫିକ୍ସ ଟଙ୍କା ଥାନା ଅଧିକାରି ଭଳି ଆଦାୟ ଖୋଲା, ଖୋଲି ଚଲେଇ ଛନ୍ତି । ଏହି ହାବିଲଦାର ମହାଶୟ ଓ ଶ୍ରୀ ଜାନି ନାମକ ଜଣେ ଥାନା ର ପୋଲିସ ଅଧିକାରି ଏକ ଜୁଆ ଆଡ୍ଡା ଚଢ଼ାଉ କରିବା ପୂର୍ବରୁ ତାଙ୍କୁ ଫୋନ୍ ଯୋଗେ ଫେରାର କରାଇ ଦେଇଥିଲେ । ନୂତନ ଥାନା ଅଧିକାରିଣୀ ଏ ନେଇ ସମସ୍ତ ଙ୍କୁ ତଥା ନାମୀ, ଦାମୀ ଲୋକ ଙ୍କୁ ଗିରଫ କରିବା ରେ ଅସଫଳ ହୋଇ ଥିଲେ । ବର୍ତ୍ତମାନ୍ ସୁଦ୍ଧା ଉକ୍ତ ଖେଳ ଏହି ଅଧିକାରୀ ଓ ହାବିଲଦାର ଚଲେଇ ଛନ୍ତି । ନାମକୁ ମାତ୍ର କିଛି ଟ୍ରାକ୍ଟର , ହାଇବା ଜବତ କରି ବାହାବା ନେବା ବେଳେ ବଡ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି ଓକ୍ତ ଦୁଇ ପୋଲିସ ଙ୍କ ହାତରେ । ବିଭିନ୍ନ ଅଭିଯୁକ୍ତ ଙ୍କ ନିକଟ ରୁ ମାସିକ କୋଟା ଫିକ୍ସ ଦିଗରେ ନୂତନ ଥାନା ଅଧିକାରିଣୀ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବି ହୋଇଛି । ପ୍ରକାଶ ଯେ, ଟିଟିଲାଗଡ ସହର ହାଟପଦା ବଜାର ରେ ଜଣେ ବିଧବା ମହିଳା ଙ୍କ ନିକଟରୁ ଛଅ ଗୋଟି ମଦ ପାଉଚ ଗତ ସୋମବାର ସନ୍ଧ୍ୟା ପ୍ରାୟ ୮ ଟା ରେ ଜବତ ଉକ୍ତ ହାବିଲଦାର ଓ ପୋଲିସ ମିଳିତ ଭାବେ ଜବତ କରି ଥିଲେ । ଟାଉନ ହାବିଲଦାର ଓ ଜଣେ ମହିଳା ଅଧିକାରୀ ଆଜି ସନ୍ଧ୍ୟା ୫ ଟା ରେ ପୁନଃ ଆସି ଉକ୍ତ ବିଧବା ମହିଳା ଙ୍କୁ ଘର ଆଗରେ ଠିଆ ହେବା କୁ କହି ଆଖ,ପାଖ ଅଞ୍ଚଳ ର ଲୋକ ଙ୍କୁ ଡାକି ଭିଡିଓ ସୁଟିଂ କରିବା ନେଇ ବେଶ୍ ଉତ୍ତେଜନା ପ୍ରକାଶ ପାଇଛି । ପ୍ରକାଶ ଯେ,ଉକ୍ତ ମହିଳା ଙ୍କୁ ଉକ୍ତ ହବିଲଦାର ତାଙ୍କ ସୁଟିଂ ବଦଳ ରେ ତାଙ୍କ ସମ୍ପର୍କୀୟ ଜଣେ ଭଦ୍ର ମହିଳା ଙ୍କ ସୁଟିଂ ତଥା ଜଣେ ୧୦ ବର୍ଷ ର ଝିଅ ର ସାକ୍ଷୀ ଦସ୍ତଖତ କରେଇବା ବେଳେ ଲୋକେ ବିରୋଧ କରି ଥିବା ବେଳେ ହଟ, ହଟ୍ଟ।ହୋଇ ଫେରି ଯାଇଥିଲା । ଉକ୍ତ ହବିଲଦାର୍ ଉକ୍ତ ମହିଳା ଙ୍କୁ ପୂର୍ବରୁ ପାଞ୍ଚ ହଜାର ଟଙ୍କା ଦେ ବୋଲି କହିଥିଲେ ,ହେଲେ ସେ ମୋ ସ୍ଵାମୀ ମଦ ବିକୁଥିଲେ ମୁଁ ବିକ୍ରୀ କରିବିନି କହିଥିଲେ । ଏପରିକି ଉକ୍ତ ମଦ ପାଉଚ୍ଚ ଜଣେ ଶୁଭ ମାଝୀ ନାମକ ହାତରେ ଏକ ଜରି ଦେଇ ପଠେଇ ଚଢ଼ାଉ କରିବା ରେ ସଫଳ ହୋଇ ଥିଲେ ।
ଏହି ଭଳି ମଦ ବିକ୍ରି କରିବା କୁ ବାଧ୍ୟ କରିବା ସହ ଜଣେ ଭଦ୍ର ମହିଳା ଙ୍କ ସୁଟିଂ ନେଇ ଉତେଜନା ପ୍ରକାଶ ପାଇଛି । ଏ ନେଇ ଲିଖିତ ଅଭିଯୋଗ ସହ ଥାନା ଘେରାଉ କରିବା ପାଇଁ ସଜ, ବାଜ ହେଉଥିବା ବେଳେ ଯଥାଶୀଘ୍ର ବିଭାଗୀୟ ଅଧିକାରି ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଓ ସଚେତନ ନାଗରିକ କମିଟି ସଭାପତି ଦାବି କରିଛନ୍ତି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *