ନୟାଗଡ ; ତା-୨୪/୦୨(ବିଏମସି ଟିଭି ଓଡ଼ିଆ)
ଜଙ୍ଗଲ ଆମର ଅମୁଲ୍ୟ ସମ୍ପଦ ଏବଂ ଜଙ୍ଗଲ ବିନା ଜୀବଜଗତ ବିପନ୍ନ।ଗଛ ବିନା ଆମେ ବଞ୍ଚିବା ନାହିଁ। ଏଣୁ ଜଙ୍ଗଲ କୁ ସୁରକ୍ଷା ଦେବା, ଜଙ୍ଗଲ ନିଆଁ କୁ ବନ୍ଦ କରିବା ଓ ସଚେତନ କରିବା,ପରିବେଶ ସୁରକ୍ଷା ଜୀବଜତ ରକ୍ଷା କରିବା ଦରକାର। ସୋମବାର ଦିନ ଏ ଅବସରରେ ନୂଆଗାଁ, କଳସା ଖମଣ, ଚଢ଼େୟା ପଲ୍ଲୀ ଓ ପୋଖରୀ ଗୋଛା ଗ୍ରାପ ର ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା।

ଜଙ୍ଗଲ ଓ ପରିବେଶ ସୁରକ୍ଷା ମହାସଂଘ ଏବଂ ସାମୁହିକ ବିକାଶ ସମିତି ଦଶପଲ୍ଲା ତଥା ପରିବେଶ ପ୍ରେମୀ ଉକ୍ତ ସଚେତନ ବୈଠକ ରେ ଯୋଗ ଦେଇଥିଲେ। ସମସ୍ତ ପଂଚାୟତ ରେ ଏହି ସଚେତନ କାର୍ଯ୍ୟକ୍ରମ କରାଯିବ ବୋଲି ଆଲୋଚନା ହୋଇଥିଲା।କନ୍ଧମାଳ ସାଂସଦ ଙ୍କ ଦଶପଲ୍ଲା ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଓ ଦଶପଲ୍ଲା ଏନ ଏ ସି ପ୍ରତିନିଧି ଅଞ୍ଜନ କୁମାର ଦାସ ଓ ଅନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।