ବରପାଲି କଲେଜରେ ବନ ମହୋତ୍ସବ-୨୦୨୫ ପାଳିତ।

ସମ୍ବଲପୁର: ତା.୧୧/୦୭(ବିଏମସି ଟିଭି ଓଡିଆ)

ବରପାଲି ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ୱାୟିଆର୍‌ସି, ଇକୋ କ୍ଲବ ଏବଂ ଜିଲ୍ଲା ପରିବେଷଣ ସଚେତନତା ସମିତିର ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ୨୦୨୫ ପାଳିତ ହୋଇଯାଇଛି । ଜିଲ୍ଲା ପରିବେଶ ସଚେତନତା ସମିତିର ସଭାପତି ତେଜରାଜ ଭୋଇଙ୍କ ଅଧ୍ୟକ୍ଷତାରେ ଏବଂ ବରପାଲି ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ସହଯୋଗୀତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ଘନଶ୍ୟାମ ପାଣଗ୍ରାହୀ, ମୁଖ୍ୟ ବକ୍ତା ବିଶିଷ୍ଟ ପରିବେଶବିତ ଜେଠୁ ଭୋଇ, ସମ୍ମାନିତ ଅତିଥି ଭାବରେ ବିଜୟ କୁମାର ବାବୁ, ପୂର୍ବତନ ଦୂର୍ଗପତି, ଓଡ଼ିଶା ପୋଲିସ ଓ ମହାବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରଫେସର ସୁଶିଲ କୁମାର ଶତପଥୀ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ବୃକ୍ଷ ରୋପଣର ଉପଯୋଗୀତା, ପ୍ରାସଙ୍ଗିକତା ଓ ଉପକାରିତା ଉପରେ ଉଦ୍‌ବୋଧନ ଦେଇଥିଲେ । ଏନ୍‌ଏସ୍‌ଏସ୍ ପୋଗ୍ରାମ ଅଫିସର୍ ତଥା ଇକୋ- କ୍ଲବର ସଂଯୋଜକ ଭକ୍ତବନ୍ଧୁ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ସଚେତନତା ସମିତିର ସେକ୍ରେଟେରୀ ମୋହନଚାନ୍ଦ ପଧାନ ସଂସ୍ଥାର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସଂଗ୍ରାମ ରଥ, ଧୀରୋଜ କୁମାର ତ୍ରିପାଠୀ, ଉତ୍ତର କୁମାର ଗଡ଼ତିଆ, ଅଶୋକ କୁମାର ପଧାନ, ଅରୁଣ କୁମାର ବାରିକ୍, ଡଃ ବିଶ୍ଵନାଥ ସାହୁ, ଡଃ ସିମାଞ୍ଚଳ ପଧାନ, ଡଃ ପାରେଶ୍ୱର୍ ସାହୁ, ଡଃ ଭଗବାନ ମହାନନ୍ଦ, ଡଃ ପ୍ରହ୍ଲାଦ ଦେବତା, ଅଧ୍ୟାପିକା ନତାଶା ସିକନ୍ଦର, ଡଃ ସମ୍ବିତା ପ୍ରଧାନ, ମନିଷା ଦାଶ, ସୀମା ଭୋଇ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଚାରା ରୋପଣ ଅବସରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସକ୍ରୀୟ ଭୂମିକା ନିର୍ବାହ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *