ଦଶପଲ୍ଲା ବନାଞ୍ଚଳରେ କରାଳ ରୁପ ନେଉଛି ଜଙ୍ଗଲ ନିଆଁ।

ନୟାଗଡ଼ ;ତା-୦୭/୦୪(ବିଏମସି ଟିଭି ଓଡ଼ିଆ)

ନିଆଁର ଆଁ ଭିତରେ ଦଶପଲ୍ଲା ବନାଞ୍ଚଳ। ସଚେତନ ହେଉ ନାହାନ୍ତି ଜନସାଧାରଣ । ଫେଲ୍ ମାରୁଛି ସଚେତନତା କାର୍ଯ୍ୟକ୍ରମ ।ଗ୍ରୀଷ୍ମ ସମୟରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜଙ୍ଗଲ ନିଆଁରୁ ନିବୃତ ରହିବା ପାଇଁ ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବାବଦରେ ଲକ୍ଷଲକ୍ଷ ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି । ଗାଁଗାଁରେ ସଭା ସମିତିଠାରୁ ଆରମ୍ଭ କରି ପାଲା ଓ ଦାସକାଠିଆ ଭଳି ନାଟକ ପ୍ରଦର୍ଶନ କରାଯାଇ ଜଙ୍ଗଲ ନିଆଁର ଭୟାବହତା ଓ ଏହାର କୁ ପ୍ରଭାବ ସମ୍ପର୍କରେ ସଚେତନତା କରାଯାଉଛି । ଗାଁଗାଁରେ ଭିଏସ୍ଏସ୍ କମିଟି ଗଠନ ହୋଇଛି। ମାତ୍ର ଦଶପଲ୍ଲା ବନାଞ୍ଚଳରେ ଫଳ ଘର ଶୂନ ହୋଇଛି। ଜଙ୍ଗଲ ନିଆଁକୁ ନେଇ ନୟାଗଡ଼ ବନଖଣ୍ଡରେ ଯେଉଁ ଚିତ୍ର ରହିଛି ତାହାରି ମଧ୍ୟରେ ଦଶପଲ୍ଲା ବନାଞ୍ଚଳର ସ୍ଥିତି ଅତି ଗମ୍ଭୀର ହୋଇପଡ଼ିଛି। ଗତ ଜାନୁଆରି ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ବନାଞ୍ଚଳରେ ଦୈନିକ ନିଆଁ ଲାଗୁଥିବା ବେଳେ ଦଶପଲ୍ଲା ବନାଞ୍ଚଳରେ ସର୍ବାଧିକ ନିଆଁ ଲାଗିଥିବା ସୂଚନା ମିଳିଛି।
ଏହି ନିଆଁ ପାଇଁ ଘଞ୍ଚ ଜଙ୍ଗଲ ଏବେ ମରୁଭୂମି ସଦୃଶ ହୋଇଥିବା ବେଳେ ଅନେକ ବନ୍ୟଜନ୍ତୁ ଜଳିପୋଡ଼ି ଯାଇଥିବା କୁହାଯାଉଛି! ବଡ଼କଥା ହେଲା ଏହି ନିଆଁ ମନୁଷ୍ୟକୃତ । କିଏ ଜଙ୍ଗଲରୁ ମହୁଲ ସଂଗ୍ରହ ପାଇଁ ନିଆଁ ଲଗାଉଛି ତ ଆଉ କିଏ ପୋଡୁଚାଷ ଓ କୋଇଲା ସଂଗ୍ରହ କରିବା ପାଇଁ ନିଆଁ ଲଗାଉଛନ୍ତି। ଏହା ମଧ୍ୟରେ ଶିକାରୀମାନେ ମଧ୍ୟ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲର ଦୁଇ ପାର୍ଶ୍ଵରେ ନିଆଁ ଲଗାଇ ଶିକାର କରୁଥିବା କୁହାଯାଉଛି| ସୂଚନା ଅନୁସାରେ କିଛି ଦିନ ହେବ ଦଶପଲ୍ଲା ବନାଞ୍ଚଳ ଅଧିକାରୀଙ୍କ ପଦବି ଖାଲି ପଡ଼ିଥିବା ବେଳେ ଅନେକ କର୍ମଚାରୀ ନିଜ ନିଜ ସର୍କଲ (ବିଟ) ରେ ନ ରହି ଦଶପଲ୍ଲା ରେ ରହୁଥିବାବେଳେ ,ଜଙ୍ଗଲ କେମିତି ବୋଲି ଦେଖି ନାହାନ୍ତି ।ଯାହାର ସୁଯୋଗ ନେଇ ଜଙ୍ଗଲରେ ନିଆଁ ବଢ଼ୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *