ପୂର୍ବତନ ଦାରିଙ୍ଗବାଡି ଡବ୍ଲ୍ୟୁଇଓ ରଞ୍ଜନ ଜେନାଙ୍କୁ  ଚାରିବର୍ଷ କାରାଦଣ୍ଡ । ଦଶ ହଜାର ଟଙ୍କା ଜୋରିମାନା ।

ଫୁଲବାଣୀ ; ତା-୨୫/୧୨ ( ବିଏମସି ଟିଭି ଓଡ଼ିଆ )

ଓଡିଶାର ଭୁ-ସ୍ବର୍ଗ କୁହାଯାଉ ଥିବା କନ୍ଧମାଳ  ଜିଲ୍ଲା  ଦାରିଙ୍ଗବାଡି ବ୍ଲକ ରେ କାର୍ଯ୍ୟରତ ଡବ୍ଲ୍ୟୁଇଓ  ରଞ୍ଜନ ଜେନାଙ୍କୁ ଏକ ଲାଞ୍ଚ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି  ଚାରିବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧୂକ ୬ ମାସ ସଶ୍ରମ କାରାଦଣ୍ଡ  ଭୋଗିବାକୁ ପଡିବବୋଲି ଆଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ତତ୍କାଳୀନ କିରିକୁଟି ୟୁଜି ଏମ ଇ ସ୍କୁଲ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସିଂଙ୍କ ମାଧ୍ୟାର୍ଣ୍ଣ ଭୋଜନର ବିଲ ପାସ କରିବାପାଇଁ ସେତେବେଳେର ଡବ୍ଲ୍ୟୁ ଇ ଓ ରଞ୍ଜନ ଜେନା କୁଆଡେ ଦଶ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ତେବେ ପ୍ରଧାନ ଶିକ୍ଷକ ଶ୍ରୀ ସିଂ ଶେଷରେ ୬ ହଜାର ଟଙ୍କା ଦେବା ଲାଗି ରାଜି ହୋଇଥିଲେ ।  ଆଉପୂର୍ବ ପ୍ରସ୍ତୁତି ପ୍ରକାରେ ୨୨ ଡିସେମ୍ବର ୨୦୧୬ ତାରିଖରେ ୬ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ସେଠାରେ ଛକି ବସିଥ‌ିବା ଭିଜିଲାନ୍ସ ବିଭାଗ ଅଧିକାରୀ ପି. ଛତ୍ରିୟା, ଓ ସିକନ୍ଦର ହେମ୍ରମ ପ୍ରମୁଖ ଜେନାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସମସ୍ତ ଅର୍ଥ ଜବତ କରିଥିଲେ । ଆଜି ମଙ୍ଗଳବାର ଏହି ମାମଲାର ସାକ୍ଷ ପ୍ରମାଣକୁ ଭିତ୍ତକରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଅଭିଯୁକ୍ତ ରଞ୍ଜନ ଜେନାଙ୍କ ବିରୋଧରେ ଉପରୋକ୍ତ ରାୟ ଶୁଣାଇଛନ୍ତି  ।  ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଭିଜିଲାନ୍ସ ପିପି ଭି ଭି ରାମଦାସ ମକଦମା ପରିଚାଳନା କରିଥିଲେ  ।  ପ୍ରକାଶ ଥାଉକି ଦଶ ହଜାର ଟଙ୍କା ଅନା ଦେୟ ହେଲେ ପୂର୍ବତନ ଡବ୍ଲ୍ୟୁଇଓ ରଞ୍ଜନ ଜେନା ଙ୍କୁ ଆଉ ଅଧିକା 6ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟରେ ଉଲ୍ଲୂକ୍ଷିତ ରହିଛି ।



ଫୁଲବାଣୀ ରୁ ଜିଲ୍ଲା ପ୍ରତିନିଧି  କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ  ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *