ଦଶପଲ୍ଲା :- ୧୨/୦୫/୨୫ (ବିଏମାସି ଟିଭି ଓଡ଼ିଆ)
ଅନେକ ସମୟରେ ରାଜନୀତି ରେ ବିଭିନ୍ନ ଘଟଣା ମାନ ଘଟିଥାଏ। ଏଇ ଯେମିତି ଗତ ୨୪ ବର୍ଷ ର ବିଜେଡି ଶାସନ ର ଅନ୍ତ ଘଟି ରାଜ୍ୟରେ ନୂତନ ସରକାର ଭାବେ ବିଜେପି ସରକାର ଉଭା ହୋଇଛି। କେତେବେଳେ ରାଜନୈତିକ ପାଣିପାଗ ବଦଳି ଯିବ ତାହା ବା କିଏ କହିବ। ତେଣୁ ସେଥିପାଇଁ ପ୍ରତି ମୁହୂର୍ତ୍ତ ରେ ନିଜକୁ ସଜାଗ ରଖିବା ସହିତ ଶାରୀରିକ ଭାବେ ସୁସ୍ଥ ରହିବା ଆବଶ୍ୟକ ବୋଲି ଦଶପଲ୍ଲା ବ୍ଲକ ପୂର୍ବତନ ଅଧ୍ୟକ୍ଷ ହୃଦୟଙ୍ଗମ କରିଛନ୍ତି। କାରଣ ରବିବାର ଦିନ କଳସା ଖମଣ ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ରେ ନିଜର ଖେଳ ପ୍ରଦର୍ଶନ କରିବା ନଜର କୁ ଆସିଛନ୍ତି। ସ୍ୱାମୀ ବିବେକାନନ୍ଦ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନୀ ମ୍ୟାଚ କୁ ଉଦଘାଟନ କରିବାକୁ ଯାଇ ନିଜକୁ ଫିଟ ରଖିବାକୁ କ୍ରିକେଟ ଖେଳିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲେ। ତେବେ ଦେଖାଯାଉ ସେ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଆଗାମୀ ପଂଚାୟତ ଭୋଟ ସମୟରେ ସେ ନିଜକୁ କେତେ ଫିଟ ରଖୁଛନ୍ତି ତାହା ଦେଖବାର ରହିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।