ଲୋନକରାଇ ଟଙ୍କା ଠକି ନେଲେ ପୂର୍ବତନଡିସିବି ବ୍ୟାଙ୍କ ମ୍ୟାନେଜର ।

ନୟାଗଡ଼ ; ତା-୦୬/୦୩  ( ବିଏମସି ଟିଭି ଓଡିଆ)

ଲୋନକରାଇ ଟଙ୍କା ଠକି ନେଲେ ପୂର୍ବତନଡିସିବି ବ୍ୟାଙ୍କ ମ୍ୟାନେଜର । ସୂଚନା ଅନୁଯାୟ ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଘଡୁଆଳ ସ୍ଥିତ ଡିସିବି ବ୍ୟାଙ୍କ ରେ । ଘଟଣା କ୍ରମରେ ଡିସିବି ବ୍ୟାଙ୍କରେ ନୟାଗଡ଼ ଖଣ୍ଡପଡା ରୋଡ଼ ୱାର୍ଡ-୨ର ଶୁଭ୍ରାଂଶୁ ଶେଖର ପୃଷ୍ଟି ପହଂଚି ବ୍ୟାଙ୍କ ସହ ଯୋଗାଯୋଗ କରି ସିସି ଲୋନ କରିଥିଲେ, ଏହାକୁ ଠିକ ଭାବରେ ଦେଣନେଣ କରିଥିଲେ।

ଏପଟେ ବ୍ୟାଙ୍କ କତୃପକ୍ଷ ପର୍ଯ୍ୟାୟ କ୍ରମେ ଲୋନମାତ୍ରା ବଢ଼ାଇଥିଲେ,ଏପଟେ ଶୁଭ୍ରାଂଶୁ ଡିଷ୍ଟ୍ରିବୁଟ ବ୍ୟବସାୟ କରୁଥିବା ବେଳେ କରୋନା ଯୋଗୁ ତାଙ୍କ ବେପାର ମାନ୍ଦା ହୋଇଥିବା ବେଳେ କରଜ ସୁଝି ପାରିନଥିଲେ, ପରବର୍ତୀ ସମୟ ରେ ଶୁଭାରଂଶୁ ଙ୍କ ଯାଗା ବିକି ୧୦ଲକ୍ଷ ଟଙ୍କା ତାଙ୍କ ସ୍ତ୍ରୀ ସୋମାରାଣୀ ପାତ୍ର ଙ୍କ ଆକାଉଣ୍ଟ କୁ ଆଣିଥିଲେ, ମାତ୍ର ଉକ୍ତ ଟଙ୍କା କୁ ଲୋନ ଆକାଉଣ୍ଟ କୁ ନବାକୁ ପୂର୍ବତନ ଡିସିବି ବ୍ୟାଙ୍କ ମ୍ୟାନେଜର ହିମାଂଶୁ ଶେଖର ସ୍ୱାଇଁ ଶୁଭ୍ରାଂଶୁ ଙ୍କୁ ନଜଣାଇ ବିନା ଦସ୍ତଖତ ରେ ଫିକ୍ସ ଡିପୋଜିଟ କରି ଦେଇ ଥିଲେ। ଏହା ଶୁଭ୍ରାଂଶୁ ଜାଣି ପାରି ମ୍ୟାନେଜର ଙ୍କୁ ପଚାରି ଥିଲେ, ପଚାରିବା ପରେ ତାଙ୍କ ସ୍ତ୍ରୀ ସୋମା ରାଣୀ ଙ୍କ ଆକାଉଣ୍ଟ କୁ ମ୍ୟାନେଜର ଟଙ୍କା ପଠାଇଥିଲେ, ମ୍ୟାନେଜର ଙ୍କ କାରନାମା ଶୁଭ୍ରାଂଶୁ ବୁଝି ପାରିନଥିଲେ, ଟଙ୍କା ଦେଣନେଣ ଭିତରେ ପର୍ଯ୍ୟାୟ କ୍ରମେହୋଇଥିଲା, ମ୍ୟାନେଜର ସବୁ ଟଙ୍କାର ପୈଠ ଡିପୋଜିଟ ସ୍ଲିପ ପର୍ଯ୍ୟାୟ କ୍ରମେ ଦେଇ ଥିବା ବେଳେ ଆକାଉଣ୍ଟ ର ଷ୍ଟେଟମେଣ୍ଟ ଦେଇ ଥିଲେ ।

୬୦ଲକ୍ଷ ଟଙ୍କାରୁ ଶୁଭ୍ରାଂଶୁ ୩୦ଲକ୍ଷ ଟଙ୍କା ସୁଝି ଦେବା ପରେ ଆଉ ୩୦ଲକ୍ଷ ଟଙ୍କା ବାକି ରହିଥିଲା, ଶୁଭ୍ରାଂଶୁ ପର୍ଯ୍ୟାୟ କ୍ରମେ ଟଙ୍କା ସୁଝୁଥିବା ବେଳେ ମ୍ୟାନେଜର ହିମାଂଶୁ ଠକିବା ଆରମ୍ଭ କରିଥିଲେ, ଟଙ୍କା ଆତ୍ମ ସାତ କରିବାକୁ ରାସ୍ତା ବାଛି ଥିଲେ, ଠିକ ସେଇ ସମୟ ରେ ଶୁଭ୍ରାଂଶୁ ଙ୍କୁ ନୂଆ ଇଏମଆଇ କରିଲେ ଆପଣ କୁ ସୁବିଧା ହେବ ବୋଲି ମ୍ୟାନେଜର ହିମାଂଶୁ ବତାଇବା ସହ ଜଲଦି ଲୋନ କ୍ଲୋଜ ହୋଇଯିବ ବୋଲି କହିଥିଲେ। ତାଙ୍କ କଥା ଶୁଣି ଶୁଭ୍ରାଶୁଂ ଏହି ୩୦ଲକ୍ଷ ଟଙ୍କା କୁ ଇଏମଆଇ କରିଥିଲେ,ଯାହା ପ୍ରଥମେ ୩୩ଗୋଟି କିସ୍ତି ହୋଇଥିଲା। ଚୁକ୍ତି ପତ୍ର ମଧ୍ୟ୍ୟ ହୋଇଥିଲା।  ମ୍ୟାନେଜର ଚୁକ୍ତି ପତ୍ର ଦେବେ କହି ଦେଇ ନଥିଲେ, ପରବର୍ତୀ ସମୟ ରେ ଏକ ନକଲ ଶୁଭ୍ରାଂଶୁ ଙ୍କୁ ଦେଇ ଥିଲେ ଶୁଭ୍ରାଂଶୁ ପର୍ଯ୍ୟାୟ କ୍ରମେ ଇଏମଆଇ ବହୁ କଷ୍ଟ ରେ ସୁଝି ଥିଲେ କିନ୍ତୁ ଏପଟେ ମ୍ୟାନେଜର ହିମାଂଶୁଙ୍କ ଆରମ୍ଭ ହୋଇଥିଲା ଠକେଇ, ଯାହାକି ଚୁକ୍ତି ପତ୍ର ରେ ୩୩ଟି ଇଏମ ଆଇ ଥିବା ବେଳେ ୮୪ଗୋଟି ଇଏମଆଇ ରେ ପରିଣତ ହୋଇଥିଲା। ଶୁଭ୍ରାଂଶୁ ଜାଣି ବା ବେଳକୁ ସବୁ କିଛି ସରିଥିଲା, ଟଙ୍କା ଆତ୍ମ ସାତ କରି ମ୍ୟାନେଜର ହିମାଂଶୁ ଚାଲିଯାଇଥିଲେ ସୁଦୂର ଫୁଲବାଣୀ ବନ୍ଧନ ବ୍ୟାଙ୍କ କୁ। ଶୁଭ୍ରାଶୁଂ ଫୋନ ରେ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା, ଏପରିକି କଥା ପହଁଚିଲା ଓକିଲ ଙ୍କ ପାଖରେ, ଋଣ ସୁଝି ଥିବା ଶୁଭ୍ରାଂଶୁ ଙ୍କ ଟଙ୍କା ଫେରାଇବା ପାଇଁମ୍ୟାନେଜର ହିମାଂଶୁ କୁଆଡେ ମଙ୍ଗିଥିଲେ, ଏହାକୁ ନେଇ ମ୍ୟନେଜର ହିମାଂଶୁ ଓ ଶୁଭ୍ରାଂଶୁ ଓ ଓ ଦୁଇ ଜଣକ ପତ୍ନୀ ଙ୍କ ମଧ୍ୟ ରେ ଷ୍ଟାମ୍ପ ପେପରେ ନୋଟାରୀ ଙ୍କ ପାଖରେ ମ୍ୟାନେଜର ହିମାଂଶୁ ଟଙ୍କା ଫେରାଇବା ପାଇଁ ଚୁକ୍ତି ପତ୍ର ଭଦ୍ର ଲୋକଙ୍କ ମାଧ୍ୟମ ରେ ସମ୍ପାଦନ କରିଥିଲେ,ଏବେ ଟଙ୍କା ଫେରାଇବା ପାଇଁ ମ୍ୟାନେଜର ରାଜୀ ହେଉନଥିବା ବେଳେ ଶୁଭ୍ରାଂଶୁ ଙ୍କୁ ବିଭିର୍ନ ବାହାନା ଦେଖାଇ ଗାଳି ଗୁଲଜ କରୁଛନ୍ତି, ଏପରି ସ୍ଥଳେ ବ୍ୟାଙ୍କ ତଥା ବ୍ୟାଙ୍କ ମ୍ୟାନେଜର ଏଭଳି କାର୍ଯ୍ୟ କଲା ପରେ ଉକ୍ତ ଘଟଣା କୁ ଚିନ୍ତା କରି ଶୁଭ୍ରାଂଶୁ ଭାରସାମ୍ୟ ହରାଇ ମାନସିକ ଚାପ ର ବସବର୍ତ୍ତୀ ହୋଇ ଅତି ଅସହାୟ ଭାବେ ଜୀବନ ବିତାଉଥିବା ବେଳେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ହିମାଂଶୁ ଙ୍କ ଏପରି କାର୍ଯ୍ୟକଳାପ ବ୍ୟାଙ୍କ କୁ କଳଙ୍କିତ କରିଛି।

ଜନ ସାଧାରଣଙ୍କ ଟଙ୍କା କିପରି ସୁରକ୍ଷିତ ହେବ ତାହା ପ୍ରଶ୍ନ ବାଚୀ ହୋଇଛିଏ ଘଟଣା କୁ ନେଇ ପୋଲିସ ପାଖରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ହାତ ବାନ୍ଧି ବସିଥିବା ବେଳେ , ବାହାନା ଦେଖାଇ ଠକେଇ କରିଥିବା ଡିସିବି ବ୍ୟାଙ୍କ ଓ ପୂର୍ବତନ ଶାଖା ମ୍ୟନେଜର ହିମାଂଶୁ ଙ୍କବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଠକେଇ, ଜାଲିଆତି, ମାମଲା ରେ ଡିସିବି ବ୍ୟାଙ୍କ ହିମାଂଶୁ ଶେଖର ସ୍ୱାଇଁ ଙ୍କ କଠୋର ଦଣ୍ଡ ବିଧାନ କରାଯାଇ ଜାଲିଆତି ତଥାମ୍ୟାନେଜର ହିମାଂଶୁ ଆତ୍ମସାତ କରିଥିବା ଟଙ୍କା କୁ ଫେରସ୍ତ କରିବା ପାଇଁ ଶୁଭ୍ରାଂଶୁ ଓ ତାଙ୍କ ପତ୍ନୀ ସୋମାରାଣୀ ନିବେଦନ କରିଛନ୍ତି ।

ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ବକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *