ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ପତାକା ଉତ୍ତୋଳନ କଲେ ରଣପୁରର ପ୍ରାକ୍ତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ।

ନୟାଗଡ ; ତା-୨୬/୦୧(ବିଏମସି ଟିଭି ଓଡ଼ିଆ)

ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀ ଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସାଧାରଣତନ୍ତ୍ର ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। “ଶିକ୍ଷକ ଅଟନ୍ତି ଯୁଗ ନିର୍ମାତା ଆଉ ଛାତ୍ର ମାନେ ହେଉଛନ୍ତି ରାଷ୍ଟ୍ର ଭାଗ୍ଯ ବିଧାତା ” ବୋଲି ବକ୍ତବ୍ଯ ରଖିଥିଲେ। ସେବାବ୍ରତୀ ଗୁରୁଜୀ ଗୁରୁମା ମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ବିଦ୍ଯାଳୟ ମାଟ୍ରିକ ପରୀକ୍ଷା ସହିତ ବିଭିନ୍ନ ବୃତ୍ତି ପରୀକ୍ଷା ଗୁଡିକରେ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ସ୍ଥାନ ହାସଲ କରୁଥିବାରୁ ଗୁରୁଜୀ ଗୁରୁମା ମାନଙ୍କୁ ସାଧୁବାଦ ଜଣାଇ ଥିଲେ। ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଭାଗନେଇ ଥିଲେ। କନିଷ୍ଠ ବର୍ଗ ଓଡିଆ ଡିବେଟ୍ ରେ ବିଶ୍ବବିଜିତା ମହାନ୍ତି ବ୍ଳକ ଓ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଉପ କନିଷ୍ଠ ବର୍ଗରେ ରୌନକ ପାତ୍ର ବ୍ଳକ ଓ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ଉପ କନିଷ୍ଠ ବର୍ଗରେ ସାଇ ସଂଚିତା ପରିଡା ବ୍ଳକ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଜିଲ୍ଲା ସ୍ତରରେ ୩ୟ ସ୍ଥାନ ଅଧିକାର କରିଛନ୍ତି। ଏ ସମସ୍ତ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ଯ ଅତିଥି ପ୍ରଧାନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ବନ୍ଧୁ ମାନେ ଉପସ୍ଥିତ ଥିଲେ। ଏହି ଉତ୍ସବ ପାଳନ ଉପଲକ୍ଷେ ବିଦ୍ଯାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ଯ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ସୂଚନା ଥାଉକି, ସ୍ଥାନୀୟ ପିଟିଏସ୍ ପଡିଆରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ଯାରେଡ୍ ରେ ଉକ୍ତ ବିଦ୍ଯାଳୟର ସ୍କାଉଟ୍ ଛାତ୍ର ମାନେ ବେଷ୍ଟ ଡିସିପ୍ଲିନ୍ କଣ୍ଟିଜେନ୍ ଭାବେ ଜିଲ୍ଲା ସ୍ତରୀୟ ପ୍ଯାରେଡ ର ମୁଖ୍ଯ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *