ବଲାଙ୍ଗୀର ;ତା-୧୯/୦୪(ବିଏମସି ଟିଭି ଓଡ଼ିଆ)
ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ବିଦ୍ୟାଳୟ ର ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶିକ୍ଷା ,ସ୍ବାସ୍ଥ୍ୟ, ଗମନା,ଗମନ କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଥିବା ବେଳେ ଏହି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସହର ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଶିକ୍ଷା ସମାଜ ରେ ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିବା ବେଳେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଦିର୍ଘ୍ ଦିନ ରୁ ସ୍ଥାନୀୟ ଅଞ୍ଚଳ ରେ ଦାବି ହୋଇ ଆସୁଥିଲା । ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକେପ୍ଟର ଯୋଗେ ଟିଟିଲାଗଡ ସ୍ତିତ୍ ଡି ଏ ଭି କଲେଜ ଖେଳ ପଡିଆ ରେ ଆସି ପହଞ୍ଚି ଥିବା ବେଳେ ସେଠୁ ତାଙ୍କୁ ସ୍ବାଗତ କରାଯାଇଥିଲା ।

ବରିଷ୍ଠ ବିଜେପି ନେତା ତଥା ପାଟଣା ମହାରାଜ ବୋଲାଉ ଥିବା କନକ ବର୍ଦ୍ଧନ ସିଂହଦେଓ,ଶ୍ରୀମତୀ ସଂଗୀତା ସିଂଦେଓ, ଟିଟିଲାଗଡ ବିଧାୟକ ନବୀନ ଜୈନ ତଥା ବହୁ ବରିଷ୍ଠ ନେତା ,ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରି ଥିଲେ । ଏକ ବିରାଟ ଶୋଭାଯାତ୍ରା ରେ ତାଙ୍କୁ ପାଛୋଟି ନେଇ ସହର ର ବ୍ଲକପଡା ସ୍ଥିତ ଧବଳେଶ୍ଵର ବିଦ୍ୟାଳୟ ଠାରେ ଏକ ସଭା ର ଆୟୋଜନ କରାଯାଇ ଥିଲା । ନୂତନ ରୂପେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରି ଥିବା ବେଳେ ଏହି ସିବ ପ୍ରସାଦ ସ୍କୁଲ ରେ ପାଠ ପଢା ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟ କ୍ରମ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଛି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।