ନୟାଗଡ଼ ଜିଲ୍ଲା ଶାଖାର ବନ୍ଧୁ ମିଳନ କାର୍ଯ୍ୟକ୍ରମ।

ନୟାଗଡ ; ତା-୧୫/୦୧(ବିଏମସି ଟିଭି ଓଡ଼ିଆ)

ଜିଲ୍ଲାର ନୟାଗଡ ବ୍ଳକ୍ ଇଟାମାଟି ସ୍ଥିତ ଜୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ଦୈନିକ ଖବରକାଗଜ ‘ଦର୍ଶନ’ ର ୨୨ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶାଖାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ସମାଜର ଉନ୍ନତି, ପ୍ରଗତି, ବିକାଶ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ସମାଜ ଗଠନରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ଅଭିଭାଷଣରେ ଉପସ୍ଥାପନ କରି ସାମ୍ବାଦିକ ମାନେ ତାଙ୍କ କଲମ ମୁନରେ ନୂଆ ନୂଆ ଇତିହାସ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇ ‘ଦର୍ଶନ’ ଖବରକାଗଜର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଦୈନିକ ଖବରକାଗଜ ସମ୍ପାଦକ ଇଂ ବିଭୂତି ଭୂଷଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକ ବନ୍ଧୁମାନେ ସମାଜର ଶ୍ରେଷ୍ଠ ସାଧକ ବୋଲି ମତ ରଖି ସ୍ୱଚ୍ଛ, ନିରପେକ୍ଷ,ସାଧୁତା ପୂର୍ଣ୍ଣ ଖବର ବେଷଣ କରି ମୌଳିକ ସମସ୍ୟା, ସାମାଜିକ ସମସ୍ୟାର ସମାଧାନ କରିବା ଦିଗରେ ଉପସ୍ଥିତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉର୍ଜ୍ଜାପୂର୍ଣ୍ଣ ଆହ୍ୱାନ ଦେଇ ଉତ୍ସାହିତ କରିଥିଲା ବେଳେ ସମ୍ମାନୀତ ଅତିଥି ଭାବରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସାମ୍ବାଦିକ ମାନଙ୍କ କଲମ ମୁନରେ ସମାଜର ଗରିବ, ନିଷ୍ପେସିତ,ଦଳିତ, ଅବହେଳିତ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ବେଶ୍ ସହାୟ୭କ ହୋଇଥାଏ ବୋଲି ମତ ରଖିଥିଲେ।

ଖବରକାଗଜର କାର୍ଯ୍ୟକାରୀ ସମ୍ପାଦିକା ପ୍ରଶମିତା ମହାନ୍ତି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଦର୍ଶନ’ ପରିବାରର ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ସମ୍ବାଦ ପରିବେଷଣ କ୍ଷେତ୍ରରେ ଉତ୍ସାହପୂର୍ଣ୍ଣ ପରାମର୍ଶ ଦେଇ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ସମ୍ଭାଷଣ ରଖିଥିଲେ। ଏହି ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମରେ ‘ଦର୍ଶନ’ ପରିବାରର ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟ ଶତାଧିକ ସାମ୍ବାଦିକ ବନ୍ଧୁ ଏକାଠି ହୋଇଥିଲେ। ପାଖାପାଖି ୪୦ରୁ ଉର୍ଦ୍ଧ୍ବ ସମ୍ବର୍ଦ୍ଧିତ ପ୍ରତିଭୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସବୁ ବ୍ଳକର ପ୍ରତିନିଧି ମାନେ ସହଯୋଗ କରିଥିଲେ; ରଣପୁର ବ୍ଲକ୍ ପ୍ରତିନିଧି ଯୁବ ସାମ୍ବାଦିକ ରଞ୍ଜନ କୁମାର ପରିଡ଼ା ମଞ୍ଚ ସଞ୍ଚାଳନ କରିଥିଲାବେଳେ ସାମ୍ବାଦିକ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *