୨୦୦୩ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ  ।

ନରସିଂହପୁର ; ତା- ୨୦/୦୧ (ବିଏମସି ଟିଭି ଓଡ଼ିଆ )

ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡାଳ ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟ ର ୨୦୦୩ ମସିହା ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ପୁରାଣା ବର୍ଷ କୁ ବିଦାୟ ଦେଇ  ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ମାନେ କଲ୍ୟାଣ ମଣ୍ଡପ ପରିସରରେ ଏକତ୍ରିତ ହୋଇ ବେଶେ ଖୁସି ଓ ଆନନ୍ଦିତ ହୋଇ ଦୀର୍ଘ ୨୨ବର୍ଷ ପରେ ସମସ୍ତ ପୁରୁଣା ବନ୍ଧୁ ଙ୍କୁ ଦେଖି ସମସ୍ତ ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା।  ଭୋଜି ଭାତ ସହ ଡିଜେ ଲଗାଇ ବେଶେ ମଜା ନେଉଥିଲେ ବନ୍ଧୁ ମାନେ  ।  ଏ ମାନଙ୍କ ମଧ୍ୟରେ ସୁରେଶ ସାହୁ, ଦୀନେଶ ରାଉତ, ପ୍ରଶାନ୍ତ ମନ୍ତ୍ରୀ, ମଳୟ ରଞ୍ଜନ ମନ୍ତ୍ରୀ,ମନୋଜ ବାରିକ, ଅଶୋକ ବସ୍ତି,ସାରଙ୍ଗ ମହାରଣା, ସୁଜିତ ଗୋଛି,କୁନୀଲତା ଗୋଛି, ଅର୍ଣ୍ଣପୁନା ହାତୀ, କମଳିନୀ ପୃଷ୍ଟି, ବିଷ୍ଣୁ ପ୍ରିୟା ରାଉତ, ସସ୍ମିତା ଗୋଛି ପ୍ରମୁଖଙ୍କ ତତ୍ଵାଅବଧାନ ରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନରସିଂହପୁର ରୁ ବିଶ୍ବନାଥ ଜେନାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *