ଗାନ୍ଧିଜୀ ଙ୍କ ମହାପ୍ରୟାଣ ଦିବସ ଓ ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ।

ନୟାଗଡ  ;ତା-୩୦/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମ ର କଲ୍ୟାଣୀ ମଣ୍ଡପ ଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଜି ଙ୍କ ମହାପ୍ରୟାଣ ଦିବସ ଓ ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତିଚାରଣ ସଭା  ଅନୁଷ୍ଠିତ ହୋଇଯାଇଛି। ମଧ୍ୟଖଣ୍ଡ ଗ୍ରାମର ପୂଜ୍ୟ ପୂଜା ସମିତି ଦ୍ୱାରା ଗତ ୯ ବର୍ଷ ହେଲା ଗାନ୍ଧିଜୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଆସୁଛି। ଏହି ଦିବସ ଅବସରରେ ଭାରତ ବର୍ଷ ର ସ୍ୱାଧୀନତା ସଂଗ୍ରାମ ରେ ଝାସ ଦେଇଥିବା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ କରିବା ସହିତ ସେମାନଙ୍କ ପରିବାରକୁ ସମ୍ବର୍ଦ୍ଧନା କରାଯାଇଛି।

ଗ୍ରାମ ତଥା ମଧ୍ୟଖଣ୍ଡ ଆଖ ପାଖ ଅଞ୍ଚଳ ର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱ, ପ୍ରତିଭା ଓ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ ସହଯୋଗ ର ମଧ୍ୟ ବ୍ୟବସ୍ଥା ହୋଇଥିଲା । ମୁଖ୍ୟ ଅତିଥି ଭାବେ ନୟାଗଡ ର ବିଶିଷ୍ଟ ସମାଜସେବୀ ଓ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ନରସିଂହପୁର ର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣି ବାରିକି, ଦଶପଲ୍ଲା ବ୍ଲକ ଉପାଧ୍ୟକ୍ଷା ଅନୁପମା ବେହେରା, ମଧ୍ଯଖଣ୍ଡ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ପ୍ରଧାନ ଓ ସମ୍ମାନିତ ବକ୍ତା ଭାବେ ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ପୂଜ୍ୟପୂଜା ସମିତି ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ ବିଗତ ବର୍ଷର କାର୍ଯ୍ୟକ୍ରମ ଓ ଆଗାମୀ ବର୍ଷ ର କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ  ପ୍ରମୋଦ କୁମାର ବେହେରା, ଦାଶରଥି ସାହୁ,ଦୟାନିଧି ସାହୁ, ଅଦୈତ କୁମାର ଦାସ, ପ୍ରସନ୍ନ କୁମାର ମହାରଣା, ମୃତ୍ୟୁଞ୍ଜୟ ପ୍ରଧାନ, ଦିପ୍ତୀରଂଜନ ରଥ, ପ୍ରଫୁଲ୍ଲ କୁମାର ନାୟକ, ସୁଶାନ୍ତ କୁମାର ସାହୁ, ବିରଞ୍ଚି ନାଏକ ଆଦି ଯୋଗ ଦେଇଥିଲେ। ସମସ୍ତ ସଦସ୍ୟ ସବୁ ପ୍ରକାର ସହଯୋଗ କରିବେ ବୋଲି ନିଜର ମତ ରଖିଥିଲେ।ପୂଜ୍ୟପୂଜା ସମିତି ର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ଶରତ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *