ସୋଢାମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳିତ।

ସମ୍ବଲପୁର ;ତା-୨୭/୦୧(ବିଏମସି ଟିଭି ଓଡିଆ)

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ସୋଢାମାଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍ଏସ୍‌ଡି) ପରିସରରେ ପ୍ରଧାନ ଶିକ୍ଷକ ସୁଦର୍ଶନ ସରାଫ ଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଶ୍ରାଦ୍ଧ ଶତ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାହିତ୍ୟିକ ଓ ପରିବେଶବିତ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବଭାବ କବିଙ୍କ ସାହିତ୍ୟରେ କରିଥିବା ବର୍ଣ୍ଣନା କୁ ନିଜ ଜୀବନ ସହ ଯୋଡ଼ି ପାରିଛନ୍ତି ବୋଲି ବିଭିନ୍ନ ଉଦାହରଣ ଦେଇ ତାଙ୍କର କହିବା କରିବାରେ ପାର୍ଥକ୍ୟ ନ ଥିବା ସୂଚନା ଦେଇଥିଲେ । ମୁଖ୍ୟ ବକ୍ତା ମେହେର ସାହିତ୍ୟ ର ଗବେଷକ ସୁରେଶ ଚନ୍ଦ୍ର ପଧାନ ମେହେର ସାହିତ୍ୟ ର ବିଭିନ୍ନ ଦିଗ ଉପରେ ସର ଗର୍ଭକ୍ୟ ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଙ୍ଗାଧର ଙ୍କ ପ୍ରପୋତ୍ରି ରାଜଶ୍ରୀ ମେହେର ଓ ସାମ୍ବାଦିକ ସୁମନ୍ତ ଶେଖର ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମେହେର କବିଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ମେହେର କବି ଙ୍କ ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।

ବରିଷ୍ଠ ଶିକ୍ଷକ ତଥା କବିପ୍ରେମୀ ସାଗର ଦାସ ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ମଧ୍ୟ ସଂଯୋଜନା କରିଥିଲେ । ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ “ମାତୃଭୂମି ଓ ମାତୃଭାଷା ସମ୍ମାନ” ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଲୋଜି ଭୋଇ,ଗାୟତ୍ରୀ ମେହେର ଓ ପ୍ରେମ ସାଗର ଦାସ ସ୍ବରଚିତ କବିତା ମାଧ୍ୟମରେ ମେହେର କବି ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଭରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସର୍ଵଶ୍ରୀ ରବୀନ୍ଦ୍ର ପଟେଲ, ବସନ୍ତ ବେହେରା, ମଦନ ମେହେର, ସାବିତ୍ରୀ ପଟେଲ, ପ୍ରମୋଦିନୀ ଏକ୍କା, ଦମୟନ୍ତୀ ବେହେରା, ସୁମନ ନାଏକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *