ଗଞ୍ଜାମ; ତା-୦୭/୧୨ (ବିଏମସି ଟିଭି ଓଡ଼ିଆ)
ଗଞ୍ଜାମ କ୍ରିକେଟ ଲିଗ୍ ୬ ତାରିଖ ଶୁକ୍ରବାର ଖଲ୍ଲିକୋଟ ଆରସିଏମ କଲେଜ ପଡିଆ ଠାରେ ଆରମ୍ଭ ହୋଇଯାଇଛି । ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ, ଆସ୍କା ଉଷ୍ଟେର୍ସ, ସୋରଡ଼ା ସାମଶେର୍ସ, ଋଷିକୁଲ୍ୟା ରେଞ୍ଜର୍ସ, ଗଞ୍ଜାମ ଟାଇଗର, ପାଟପୁର ରୟାଲସ, ଖଲ୍ଲିକୋଟ ବିଜ଼ାର୍ଡସ, ବ୍ରହ୍ମପୁର ବୁଲ୍ଲସ, ଛତ୍ରପୁର ୱାରିଅର୍ଶ ଟିମ ଅଂଶ ଗ୍ରହଣ କରିଥିବା ବେଳେ ଏହି ଟି-୨୦ ମ୍ୟାଚ ଡିସେମ୍ବର ୬ ତାରିଖ ଆରମ୍ଭ ହୋଇ ୧୫ ରେ ଶେଷ ହେବ ।
ସେହିପରି ଆଜି ଛତ୍ରପୁର ବିଧାୟକ କୃଷ୍ଣ ନାୟକଙ୍କ କରକମଳରେ ଦ୍ବିତୀୟ ମ୍ଯାଚଟି ଛତ୍ରପୁର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉଦଘାଟିତ ମ୍ଯାଚ କୁ ଛତ୍ରପୁର ବ୍ଲକ ଚେୟାରମ୍ୟାନ ଓ ଏନ୍ ଏ ସି ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନ ଆଜିର ଉଦଘାଟିତ ଉସ୍ଚବ କିରିଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଏନ୍ ଏ ସି ଅଧିକାରୀ ଓ ଗଞ୍ଜାମ ଏଡିସିନଲ ଏସ ପି ଅଧିକାରୀଙ୍କ ସହିତ ପ୍ରସାନ୍ତ ନାୟକ , ପିତୁ ରେଡି, ସେଖ ରେଡି, ସଞ୍ଜିତ ରାଉଳ, ବିବେକ ପଟ୍ଟନାୟକ, ଚିନୁ ମହାରଣା, ମୁନା ଦାସ, ବାପି ଦାସ, ରୁଈନା ପଟ୍ଟନାୟକ ଙ୍କ ସହିତ ସମସ୍ତ ଖେଳାଳି ଙ୍କୁ ହାତ ମିସାଇ ଖେଳ କୁ ଉଦଘାଟନ କରିଥିଲେ।
ଟି-୨୦ ଲିଗ୍ ଜିଲ୍ଲାର ୧୬ ବର୍ଷର କମ୍ କ୍ରିକେଟ ଖେଳାଳି ଏଥିରେ ଅଂଶଗ୍ରହଣ କରି ପାରିବେ ନାହିଁ ବୋଲି ସୂଚନା ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ଆକର୍ଷଣ ହୋଇଥିବା ବେଳେ ଅନ୍ୟ ଦଳର ବିଭିନ୍ନ ରାଜ୍ୟର, ୱେଷ୍ଟ ବଙ୍ଗାଲ ,ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ବାହାର ରାଜ୍ୟର ରଣଜୀ କ୍ରିକେଟ ଖେଳାଳି ମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।
ଆଜିର ଏହି ମ୍ୟାଚରେ ବିସିସି ଏମ୍ପାୟର ଅସିତ ପଟ୍ଟନାୟକ, ଦେବବ୍ରତ ଦେଓ ପରିଚଳନା କରିଥିବା ବେଳେ, ଥାର୍ଡ଼ ଏମ୍ପାୟାର ଭାବେ ରଜନୀ କାନ୍ତ ରେଡି ସହଯୋଗ କରିଥିଲେ । ସ୍କୋରର ଭାବେ ସତ୍ୟ ନାରାୟଣ ପରିଡା ଓ କମେଣ୍ଟ୍ରି ଭାବେ ବିଧାନ ନାୟକ ସହଯୋଗ କରିଥିଲେ । ଆଜିର ମ୍ଯାଚ ଛତ୍ରପୁର ଓଃରିସର୍ଚ୍ଚ ୨୩୨/୫ ଏବଂ ପାତ୍ରପୁର ରୟାଲ ୨୩୩/୬ ରେ ଅନୁଷ୍ଠିତ ହୋଇଥିଲା।
ଗଞ୍ଜାମ ଜିଲ୍ଲା ଛତ୍ରପୁର ରୁ ନିମାଇଁଚରଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ଯୁଜ ଓଡିଶା ।