ଢେଙ୍କାନାଳ ;ତା-୧୯/୧୨(ବିଏମସି ଟିଭି ଓଡ଼ିଆ)
ଗୁରୁ ବାର ଦିନ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର ସାଧାରଣ ବୈଠକ ଗଣେଶ୍ୱର କ୍ଲବ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି।
ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ମୂଖ୍ୟ ବକ୍ତା ଭାବେ ବରିଷ୍ଠ ନାଗରିକ ପରିଷଦ ର ଉପ ସଭାପତି ସମାଜସେବୀ
ଯୋଗୀନାଥ ମହାନ୍ତି ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଭିଜିଲାନ୍ସ ଏସ.ପି ଅକ୍ଷୟ କୁମାର ସାହୁ,ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ର
ସଂଯୋଜକ ଶ୍ରୀଯୁକ୍ତ ମାୟାଧର ପାଲ,ହେଲ୍ପ ଏଜ୍ ଇଣ୍ଡିଆ ର ଓଡ଼ିଶା ଅଧିକାରୀ ଭାରତୀ ଚକ୍ର ମହୋଦୟା ମଞ୍ଚାସୀନ ଥିଲେ। ଇତ୍ୟ ଅବସର ରେ ଅନୁଗୋଳ ମାରାଓ୍ବାଡି ଯୁବ ମଞ୍ଚ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର,ଅନୁଗୋଳ ରକ୍ତ ଭଣ୍ଡାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଥିଲା।୬୭ ଜଣ ସହୃଦୟ ରକ୍ତ ଦାତା ରକ୍ତ ଦାନ କରି ମହାପୂଣ୍ୟ ଅର୍ଜନ କରିଥିଲେ।ଦନ୍ତ ଚିକିତ୍ସା ଶିବିର ରେ ୪୬ ଜଣ ଙ୍କର ଦନ୍ତ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା।
ଗଣେଶ୍ୱର କ୍ଲବ ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ପାଲ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।ସମାଜସେଵୀ ତଥା ସାମ୍ବାଦିକ ଶ୍ରୀଯୁକ୍ତ ବିଭୁ ଶତପଥୀ,ସୁଶାନ୍ତ ପାଳନ,କେଶବ ପାଲ,ଧବଳ ସାହୁ ଆଦି ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ।ବରିଷ୍ଠ ସମାଜସେବୀ ତଥା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ର ସମ୍ମାନୀୟ ଉପଦେଷ୍ଟା ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ମହୋଦୟ ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ସମାଧାନ ର ଘୋଷଣା କରିଥିଲେ।
ଢେଙ୍କାନାଳ ରୁ ବିଭୁ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।