ଦଶପଲ୍ଲା ;ତା-୦୯/୦୭(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ବ୍ଲକ ସମ୍ମୁଖରେ ସି ଆଇ ଟି ୟୁ ଓଡିଶା ରାଜ୍ୟ କମିଟି ପକ୍ଷରୁ ୧୭ଦଫା ଦାବୀ ନେଇ ଶାନ୍ତି ପୂର୍ଣ୍ଣ ଭାବେ ସାଧାରଣ ଧର୍ମଘଟ କରିଛନ୍ତି ।ଆଶା, ପାଚିକା ଙ୍କ ସମେତ ସ୍କିମ ଶ୍ରମିକଙ୍କୁ କର୍ମଚାରୀ ର ମାନ୍ୟତା ପ୍ରଦାନ, ଚାଷୀ ଫସଲ ର ସର୍ବ ନିମ୍ନ ମଜୁରୀ ଆଇନ ପ୍ରଣୟନ କରିବା, ସରକାରୀ ସମ୍ପତି ବିକ୍ରି ବନ୍ଦ କରିବା, ଦରଦାମ ନିୟନ୍ତ୍ରଣ କରିବା ଆଦି ୧୭ଦଫା ଦାବୀକୁ ନେଇ ଆଜି ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ର ପ୍ରଭାବ ଦଶପଲ୍ଲାରେ ପରିଲକ୍ଷିତ ହୋଇଛି।ଦଶପଲ୍ଲା ବ୍ଲକ ସମ୍ମୁଖରେ ଆନ୍ଦୋଳନ କାରି କିଛି ସମୟ ଧାରଣା ରେ ବସି ବିକ୍ଷୋଭ କରିବା ସହିତ ତହସିଲ କାର୍ଯ୍ୟାଳୟ କୁ ଆସି ପୁନଃ ବିକ୍ଷୋଭ ପଦର୍ଶନ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।