ଦଶପଲ୍ଲା :-୧୯/୦୬ (ବିଏମସି ଟିଭି ଓଡ଼ିଆ)
ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଗୁରୁବାର ଦିନ ଦଶପଲ୍ଲା ତହସିଲ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତି, ନୀତି ଆଧାରରେ ଦଶପଲ୍ଲାରେ ଯାତ୍ରା ଅନୁଷ୍ଠିତ ହେବ।ପହଣ୍ଡି ତଥା ରଥଯାତ୍ରା ଠାରୁ ବାହୁଡା ଏପରିକି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ଓ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ବୈଠକ ଆରମ୍ଭ ହୋଇଥିବା ବେଳେ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଏନ ଏ ସି ଅଧ୍ଯକ୍ଷା ପୁନମ ପ୍ରିୟଦର୍ଶିନୀ, ସାଂସଦଙ୍କ ଏନ ଏ ସି ପ୍ରତିନିଧି ଅଞ୍ଜନ ଦାସ ଙ୍କ ସହିତ ପ୍ରତ୍ୟେକ ବିଭାଗୀୟ ଅଧିକାରୀ, ସାମ୍ବାଦିକ, କମିଟି ର ସଦସ୍ୟ ଯୋଗଦେଇଥିଲେ।ସର୍ବଶେଷରେ ଦେବତ୍ତର ସୁପରଭାଇଜର ସୁକାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।